ଜଗତସିଂହପୁର, ୨୩ା୭(ଏସଏସନିଉଜ) ପାରାଦୀପର ଅଠରବାଙ୍କିସ୍ଥିତ ଲକପଡା ପ୍ରାଥମିକ ସ୍କୁଲରେ ଏକ୍ସପାୟାରୀ ବଟିକା ଖାଇ ୩୦ ରୁ ଅଧିକ ପିଲା ଅସୁସ୍ଥ ହୋଇପଡିଛନ୍ତି । ସମସ୍ତ ଅସୁସ୍ଥଙ୍କୁ ଅଠରବାଙ୍କୀ ମେଡିକାଲରେ ଅଭିଭାବକମାନେ ଭର୍ତ୍ତି କରିଛନ୍ତିା ଘଟଣାକୁ ନେଇ ସ୍କୁଲ୍ ପରିସରରେ ଓ ହସ୍ପିଟାଲ୍ରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଅଭିଭାବକ ଓ ସ୍ଥାନୀୟ ଲୋକ ସ୍କୁଲ୍ ଶିକ୍ଷୟିତ୍ରୀଙ୍କୁ ଗୋଟିଏ ଘରେ ପୂରାଇ ତାଲା ପକାଇ ଦେଇଥିଲେ। ପ୍ରାୟ ତିନି ଘଣ୍ଟା କାଳ ଅଟକ ରହିବା ପରେ ପୁଲିସ୍ ପହଞ୍ଚି ଶିକ୍ଷୟିତ୍ରୀଙ୍କୁ ଉଦ୍ଧାର କରିଥିଲା। ଯେଉଁ ବଟିକା ଛାତ୍ରଛାତ୍ରୀଙ୍କୁ ଖାଇବାକୁ ଦିଆ ଯାଇଥିଲା ତାହାକୁ ପୁଲିସ ଜବତ କରିଛି। ଖବର ପାଇ ମେଡିକାଲ୍ରେ ସିଡିଏମ୍ଓ, ସିଆର୍ସିସି, ପାରାଦୀପ ପୌରନିର୍ବାହୀ ଅଧିକାରୀ, ପୌର ଉପାଧ୍ୟକ୍ଷା ପ୍ରମୁଖ ପହଞ୍ଚି ଘଟଣାର ଅନୁଧ୍ୟାନ କରିବା ସହ ପିଲାଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି।