ଭୁବନେଶ୍ୱର,୨ା୬(ଏସଏସନିଉଜ) ଏକଜିଟ୍ ପୋଲକୁ ନେଇ ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି । ।ବରିଷ୍ଠ ବିଜେଡ଼ି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପଦ୍ମନାଭ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଉଭୟ ଲୋକସଭା ଓ ବିଧାନସଭାରେ ଭଲ କରିବ ବିଜେଡ଼ି ।ଏକଜିଟ୍ ପୋଲ ଆକଳନ ସବୁବେଳେ ଠିକ୍ ହୁଏନାହିଁ ।ବିଜେଡ଼ି ବାସ୍ତବରେ ସରକାର ଗଠନ କରିବାକୁ ଯାଉଛି ।ମୁଖ୍ୟମନ୍ତ୍ରୀ ୯ରେ ଶପଥ ନେବେ, ଏଥିରେ ସନ୍ଦେହ ନାହିଁ ବୋଲି କହିଛନ୍ତି ।୨୦୧୯ର ଏକଜିଟ୍ ପୋଲ ଭୁଲ ପ୍ରମାଣିତ ହୋଇଥିଲାା ୨୦୧୯ର ତଥ୍ୟ ରଖି BJD ମୁଖପାତ୍ର ସ୍ବୟଂ ପ୍ରକାଶ ଟ୍ବିଟ୍ କରିଛନ୍ତି ।୨୦୨୪ରେ ମଧ୍ୟ ଏହାର ପୁନରାବୃତ୍ତି ହେବ ବୋଲି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତ ସ୍ବୟଂ ପ୍ରକାଶା ୧୦ରେ ଶପଥ ନେବୁ ଓ ୪ ତାରିଖ ଅପରାହ୍ନରେ ଟ୍ରେଣ୍ଡ କହିବ ଓ ଚିତ୍ର ସ୍ପଷ୍ଟ ହେବ ବୋଲି କହିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । କଂଗ୍ରେସର ବରିଷ୍ଠ ବିଧାୟକ ତାରା ବାହିନୀପତି ତାଙ୍କ ପ୍ରତିକ୍ରିୟାରେ କହଛନ୍ତିକଂଗ୍ରେସ ପୂର୍ବାପେକ୍ଷା ଏ ଥର ଅଧିକ ଆସନ ଜିତିବ ।୪ରୁ ୫ ଲୋକସଭା ଆସନ ଜିତିବାସହ ଲୋକସଭାର ପ୍ରଭାବ ବିଧାନସଭା ଉପରେ ପଡ଼ିବନି ।୯ରୁ ୯୦ ନହେଲେ ବି ପୂର୍ବଅପେକ୍ଷା ଅଧିକ ସିଟ୍ ଜିତିବୁ ବୋଲି କହିଛନ୍ତି ତାରା ।