ବାରଙ୍ଗ,୨୮/୧୨(ଏସଏସନିୟୁଜ)ଏକାଠିହେଲେ ପୁରାତନ ଛାତ୍ରଛାତ୍ରୀ ।ପରିବାର ଦୁଃଖସୁଖର କଥାକୁ ବଖାଣିଲେ ।ପୁଣି ପାଠପଢା ସମୟର କଥାକୁ ମନେ ପକାଇ ବେଶ ମଜ୍ଜା ଉଠାଇଲେ ।କର୍ମମୟ ଜଞାଳରୁ ସମୟ ବାହାର କରି ସପରବାରେ ପ୍ରତିବର୍ଷ ଏକାଠି ହେବାକୁ ନିଷ୍ପତି ମଧ୍ୟ ନେଲେ ।ମେଣ୍ଢାଶାଳ ସରକାରୀ ବିଦ୍ୟାଳୟଠାରେ ପ୍ରତିଷ୍ଟିତ ଯୁକ୍ତ୨ଧନ୍ଦାମୁଳକ ଶିକ୍ଷାନୁଷ୍ଠାନର ୧୯୯୮ପ୍ରଥମ ବ୍ୟାଚର ଛାତ୍ରଛାତ୍ରୀମାନଙ୍କର ଏକ ବନ୍ଧୁମିଳନ କଂଟାବାଡଗ୍ରାମପଂଚାୟତର ଝୁମକାଠାରେ ଅନୁଷ୍ଠିତ ହୋଇଯାଇଛି ।ଏହି ବନ୍ଧୁୁମିଳନ ରେ ଶିକ୍ଷାନୁଷ୍ଠାନରେ ଶିକ୍ଷାଗ୍ରହଣ କରିଥିବା ପ୍ରଥମବ୍ୟାଚର ସମସ୍ତଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ ।ଶିକ୍ଷାନୁଷ୍ଠାନର ତତକାଳିନ କାର୍ଯ୍ୟରତ ଦୁଇ ଅଧ୍ୟାପକ ଗୋପାଳକୃଷ୍ନ ଦାସ ଓ ତୁଷାରକାନ୍ତସାହୁ ଙ୍କୁ ଏହି ଅବସରରେ ପୁଷ୍ପଗୁଛ ଓ ଉପଢୈାକନ ପ୍ରଦାନ କରାଯାଇ ସମ୍ପର୍ଦ୍ଧିତ କରାଯାଇଥିଲା ।ଏହି କାର୍ଯ୍ୟକ୍ରମକୁ ପୁରାତନ ଛାତ୍ରଛାତ୍ରୀ ଶରତକୁମାର ସୁନ୍ଦରାୟ, ରୁଦ୍ରପ୍ରତାପ ବେହେରା ,ଶିବରାମ ଦାସ.ଲମିନିକାନ୍ତଦାସ,ରମେଶଚନ୍ଦ୍ରଦାସ,ଚାରୁଲତା ପାଣ୍ଡିଆ,ଗିତାଞଳୀମହାନ୍ତି ପ୍ରମୁଖଙ୍କ ଆହ୍ୱାନକ୍ରମେ ସମସ୍ରେ ଏକାଠି ହୋଇଥିଲେ ।ଏହି ଶିକ୍ଷାନୁଷ୍ଠାନରେ ଶିକ୍ଷା ଗ୍ରହଣ କରି ରାଜ୍ୟତଥା ବିଣିର୍ଣ ପ୍ରାନ୍ତରରେ ଥିବା ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ ।ମେଣ୍ଢାଶାଳଠାରେ ପ୍ରତିଷ୍ଠିତ ଯୁକ୍ତ୨ ଧନ୍ଦାମୁଳକ ଶିକ୍ଷାନୁଷ୍ଟାନଟି ଖୋର୍ଦ୍ଧା ପ୍ରାଣନାଥମହାବିଦ୍ୟାଳୟକୁ ସ୍ଥାନାନ୍ତର ହୋଇଯାଇଥିବାରୁ ମେଣ୍ଢାଶାଳ ଅଂଚଳରେ ବହୁ ଛାତ୍ରଛାତ୍ରୀ ବୈଷୟିକ ଶିକ୍ଷା ପ୍ରଦାନରୁ ବଂଚିତ ହୋଇଥିବାରୁ ସମସ୍ତେ ଦୁଃଖପ୍ରକାସ କରିଥିଲେ ।ପ୍ରତ୍ୟେକବର୍ଷ ଡିସେମ୍ବର ମାସର ତୃତୀୟ କିମ୍ବା ଚତୁର୍ଥ ରବିବାରଦିନ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ନିଷ୍ପତି ହୋଇଥିଲା ।ଶେଷରେ ଭଦ୍ରକରୁ ଆସିଥିବା ଛାତ୍ରୀ ଭକ୍ତିସୁଧା ରାଉତ ଧନ୍ୟବାଦ ଦେଇଥିଲେ ।(ପଦ୍ମଚରଣବଡଜେନାଙ୍କ ରିପୋର୍ଟ)