ବାରଙ୍ଗ,୫।୧(ଏସଏସନିଉଜ) ବାରଙ୍ଗଆଞ୍ଚଳିକ ବରିଷ୍ଠ ନାଗରିକସଂଘର ବୈଠକ ରବିବାର ଦିନ ବେଲଗଛିଆଠାରେ ଅନୁଷ୍ଟିତ ହୋଇଯାଇଛି।ଏହି ବୈଠକରେ ବାରଙ୍ଗବ୍ଲକର ବହୁ ବରିଷ୍ଟ ନାଗରିକମାନେ ଯୋଗଦେଇଥିଲେ। ପୂର୍ବତନ ବାଙ୍କିବିଧାୟକ ପ୍ରଭାତ ତ୍ରିପାଠୀ ମୁଖ୍ୟଅତିଥି ଭାବେ ଯୋଗଦେଇ ବୈଠକରେ ବରିଷ୍ଟ ନାଗରିକମାନଙ୍କ ତରଫରୁ ଉଠିଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇ ଉଦ୍ୟମ କରାଯିବାର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ।ରାଜ୍ୟ ସରକାର ନିର୍ବାଚନ ପୂର୍ବରୁ ବରିଷ୍ଟ ନାଗରିକମାନଙ୍କୁ ୩୫୦୦ ଟଙ୍କା ଭତା ଦିଆଯିବାର ଘୋଷଣା କରିଥିଲେ।ପରବର୍ତ୍ତୀ ସମୟରେ ବରିଷ୍ଟ ନାଗରିକମାନଙ୍କ ବୟସ ସୀମାରେ ପରିବର୍ତ୍ତନ କରି ୬୦ରୁ ୮୦ବର୍ଷ ବୟସ୍କ ହୋଇଥିବା ନାଗରିକମାନେ ଏହି ସୁବିଧା ପାଇବେ ବୋଲି ଘୋଷଣା କରିଥିଲେ ।ଅଦ୍ୟାବଧି ଏହି ସୁବିଧା ମଧ୍ୟ ବରିଷ୍ଟ ନାଗରିକ ମାନେ ପାଇପାରିନାହାନ୍ତି ବୋଲି ବୈଠକରେ ବରିଷ୍ଟ ନାଗରିକମାନେ ଅଭିଯୋଗ ଉଠାଇଥିଲେ। ସରକାର ନିର୍ବାଚନ ସମୟରେ ଦେଇଥିବା କଥା ନ ରଖିଲେ ବାରଙ୍ଗ ବ୍ଲକରେ ଥିବା ସମସ୍ତ ବରିଷ୍ଠ ନଗରିକ ଭତା ବର୍ଜନ କରିବେବୋଲି ବରିଷ୍ଠ ନାଗରିକ ମାନେ ସଂଘ ବୈଠକରେ ସରକାର ଙ୍କୁ ଚେତାବନୀ ଦେଇଛନ୍ତି ।