ବାରଙ୍ଗ,୩୦।୧୧(ଏସଏସନିଉଜ)ଇଡକୋ ପକ୍ଷରୁ କରାଯାଉଥିବା ଜମି ଅଧିକରଣକୁ ଗ୍ରାମବାସୀମାନେ ଜୋରଦାର ବିରୋଧ କରିଛନ୍ତି। ଏହିଭଳି ଘଟଣା ସୋମବାର ଦିନ ମୁଣ୍ଡଳୀ ଆଦିଶକ୍ତି ମନ୍ଦିର ପାଖ ଜାଗାରେ ଦେଖିବାକୁ ମିଳିଛି।ଗ୍ରାମବାସୀମାନଙ୍କ ବିରୋଧ ଯୋଗୁ ପ୍ରଶାସନକୁ ପଛଘୁଞ୍ଚା ଦେବାକୁ ପଡିଛି।
ପ୍ରକାଶ ଯେ,ମୁଣ୍ଡଳୀ, ରାମଦାସପୁର ଓ ଚକ୍ରଧରପୁର ମୌଜାରେ ଥିବା ୧୨ସହ ଏକର ଜମିରୁ ଇଡ଼କୋ କିଛି ଜମି ନେଇଥିବା କିଛି ଆଉ କିଛି ଜମି ଚାଷୀଙ୍କ ଅକ୍ତିଆରରେ ରହିଛି।ଇଡ଼କୋ ନେଇଥିବା ଜାଗାରେ ପୂର୍ବରୁ ପାଚେରୀକାମ କରୁଥିବା ବେଳେ ଗ୍ରାମବାସୀମାନେ ବିରୋଧ କରିଥିଲେ।ପ୍ରଶାସନିକସ୍ତରରେ ଗ୍ରାମବାସୀମାନଂକ ସହ ଆଲୋଚନା କରାଯିବା ପରେ ପାଚେରୀ କାମ ହେବ ବୋଲି ସେ ସମୟରେ କୁହାଯାଇଥିଲା।କିନ୍ତୁ ପୂର୍ବରୁ ଗ୍ରାମବାସୀଙ୍କ ଦ୍ଵାରା ବିରୋଧ ହୋଇଥିବା ବେଳେ ସେହି ଘଟଣାର କୌଣସି ସମାଧାନ ହୋଇନଥିବା ବେଳେ ସୋମବାର ପୁଣି ଇଡକୋ ପକ୍ଷରୁ ସେହି ଜାଗାରେ ପାଚେରୀ କରାଯାଇଥିଲା।ଯାହାକୁ ନେଇ ମୁଣ୍ଡଳୀ , ତଳଗଡ଼ , ନରାଜ , ମାର୍ଥାପୁର ପଂଚାୟତର ଶତାଧିକ ଗ୍ରାମବାସୀ ଉତେଜିତ ହୋଇ ବିରୋଧ କରିଥିଲେ। ଖବର ପାଇକଟକ ଅତିରିକ୍ତ ଡ଼ିସିପି , ଜୋନ୍ – ୪ ଏସିପି, ବାରଙ୍ଗ ଥାନା ଅଧିକାରୀ ୪ ପ୍ଲାଟୁନ ପୋଲିସ ଫୋର୍ସଧରି ଘଟଣାସ୍ଥଳରେ ପହଂଚି ଉତ୍ୟକ୍ତ ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ।ପରେ କଟକ ଜିଲ୍ଲାପାଳଙ୍କ ସହ ଆଲୋଚନା ପରେ ପାଚେରୀ କାମ ହେବାକୁ ପ୍ରତିଶ୍ରୁତି ପରେ ଗ୍ରାମବାସୀ ମାନେ ଫେରିଥିଲୋ(ଜ୍ଞାନଜିତ୍ରାଉତଙ୍କ ରିପୋର୍ଟ)