ଡବଲ୍ ମର୍ଡର ଘଟଣା ଉପରୁ ହଟିଲା ପରଦା

0 330

ପାଣିକୋଇଲି,୧୪/୯(ଏସଏସନିୟୁଜ) ପାଣିକୋଇଲିର ସୋତି ଗ୍ରାମ ନିକଟରେ ହୋଇଥିବା ଡବଲ୍ ମର୍ଡର ଘଟଣା ଉପରୁ ପରଦା ହଟାଇଲା ପୋଲିସ । କିନ୍ନରଙ୍କ ସହ ଅନୈତିକ ସଂପର୍କ ଓ ଟଙ୍କା ଶହେ ପାଇଁ ମାନସ ରଞ୍ଜନ ଦାସ ଓ ବିଜୟ କୁମାର ସାହୁଙ୍କୁ ୨ଜଣ କିନ୍ନର ଓ ୫ଜଣ ଗରାଖ ମିଶି ପଥରରେ ଛେଚି ହତ୍ୟା କରିଥିଲେ ।ଏହି ଘଟଣାରେ ପୁଲିସ ୨ଜଣ କିନ୍ନର, ଜଣେ ନାବାଳକ ସହିତ ମୋଟ ୭ଜଣଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିବା ସହ ୨ ବାଇକ୍ ଓ ୭ ମୋବାଇଲ୍ ଜବତକ କରିଛି । କିନ୍ନରଙ୍କ ସହିତ ଅନୈତିକ ସଂପର୍କ ସ୍ଥାପନ ପରେ ପାଉଣାକୁ ନେଇ ବିବାଦ ଓ ପରେ କିଛି ଗରାଖଙ୍କ ସହିତ ମିଶି ହତ୍ୟାକାଣ୍ଡ ହୋଇଛି ବୋଲି ପୋଲିସ ପାଖରେ ଧରାପଡିଥିବା ଅଭିଯୁକ୍ତମାନେ ଚାଂଚଲ୍ୟକର ତଥ୍ୟ ଦେଇଛନ୍ତି ।

Leave A Reply

Your email address will not be published.