ଭୁବନେଶ୍ୱର,୩୧/୧୦(ଏସଏସନିୟୁଜ) ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଦୀପାବଳି ପରେ ସ୍କୁଲ ଖୋଲିବା ନେଇ ସୂଚନା ଦେଇଚନ୍ତି ।ସେ କହିଛନ୍ତି ପ୍ରଥମରୁ ସପ୍ତମ ଶ୍ରେଣୀ ଯାଏଁ ସ୍କୁଲ ଖୋଲିବା ପାଇଁ ବିଚାର ବିମର୍ଶ ଚାଲିଛି ।ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ କଡା ନଜର ଦେଇ କରୋନା କଟକଣାକୁ ଦୃଷ୍ଟିରେ ସ୍କୁଲ ଖୋଲିବ । ଦୀପାବଳୀ ପରେ ରାଜ୍ୟ ସରକାର ଏନେଇ ନିଷ୍ପତ୍ତି ଗ୍ରହଣ କରିବେ ଓ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ନେଇ ପର୍ଯ୍ୟାୟକ୍ରମେ ସ୍କୁଲ ଖୋଲିବା ନେଇ ବିଚାରବିମର୍ଷ ଚାଲିଛି ବୋଲି କହିଥିଲେ ।