ଭୁବନେଶ୍ଵର,୧୩।୨(ଏସଏସନିଉଜ)ବରିଷ୍ଠ କଂଗ୍ରେସନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ୫୦ ଲକ୍ଷ ଟଙ୍କାର ସୁନାଅଳଙ୍କାର ଲୁଟ୍ ଘଟଣା ଉପରୁ ପରଦା ହଟାଇଛି ପୋଲିସ।କମିଶନରେଟ ପୋଲିସ କଳାକନା ବୁଲାଇଥିବା ଲୁଟେରାକୁ ବିଶାଖାପଟାଣାରୁ ଧରିବା ସହ ଚୋରି ଜିନିଷ ଜବତ ଚାଲିଛି ।
ଏହି ଲୁଟାର ସ୍ପାଇଡର ବୋଲି ଜଣାପଡିଛି । ବିଶାଖାପାଟଣାରେ ରହୁଥିବା ସ୍ପାଇଡର ପାଖରୁ ସୁନା ଗହଣା, ହୀରା ଓ ଟଙ୍କା ଜବତ କରିଛି ପୋଲିସ ।ତେବେ୨୦୨୩ ମସିହାରେ ନୟାପଲ୍ଲୀ ଅଂଚଳରେ ଜଣେ ବ୍ୟବସାୟୀଙ୍କ ଘରୁ ୨କୋଟି ଟଙ୍କାର ସୁନା ଗହଣା ଲୁଟ ଘଟଣାରେ ସ୍ପାଇଡର ସାମିଲ ଥିଲା ବୋଲି ସୂଚନା ରହିଛି।ଆଇଆରସି ଭିଲେଜରେ ଥିବା ନିରଞ୍ଜନ ପଟ୍ଟନାୟକଙ୍କ ଘର ଓ ନୟାପଲ୍ଲୀସ୍ଥିତ ଘରୁ ଦୁଇଥର ଚୋରି ଉଦ୍ୟମ ହୋଇଥିବା ବେଳେ ଚୋର ପଶିଥିବା ସିସି ଟିଭିରେ ହୋଇଛି କଏଦ୍ ହୋଇଥିଲା ।
Prev Post
Next Post