ଧରାହେଲେ ରାଣୀ ମହୁମାଛି

ପୁରୀ, ୫/୧୧(ଏସଏସନିୟୁଜ) ନାବାଳିକା ପାଇଁ ଧରାପଡିଲେ ରାଣୀ ମହୁମାଛି । ଜଣେ ବାଂଲାଦେଶୀ ନାବାଳିକାପୁରୀ ବସ୍‌ଷ୍ଟାଣ୍ଡରେ କାନ୍ଦି କାନ୍ଦି କଲିକତା ନେଇଯିବାକୁ ଜଣେ କଣ୍ଡକ୍ଟରଙ୍କୁ କହିଥିଲା। କଣ୍ଡକ୍ଟରଜଣଙ୍କ ନାବାଳିକାକୁ ଘରୋଇ ବସ୍ ମାଲିକ ସଂଘର କାର‌୍ୟ୍ୟାଳୟକୁ ନେଇଯାଇଥିଲେ ।ସେଠାରୁ ଖବରପାଇ ଚାଇଲ୍ଡଲାଇନ ଓ କୁମ୍ଭାରପଡ଼ା ଥାନା ପୋଲିସ ଆସି ନାବାଳିକାକୁ ଉଦ୍ଧାର କରିନେଇଯାଇଥିଲେ ।ଏହାପରେ ନାବାଳିକାଠାର ତାରପରିଚୟ ଜାଣିବାକୁ ପାଇଥିଲେ ।ନାବାଳିକାକୁ ମାସିକ ୨୦ ହଜାର ଟଙ୍କାର ଚାକିରୀର ଲୋଭଦେଖାଇ ଚିତ୍ରା ନାମକ ଯୁବତୀ ପୁରୀକୁ ଆଣି ବଳିଆପଣ୍ଡା ଥାନା ଅଞ୍ଚଳରେ ରଖିଥିଲେ ।ପରେ ଦେହ ବ୍ୟବସାୟ କାମରେ ଲାଗାଇବାରୁ ନାବାଳିକା ଜଣଙ୍କ ରାଜିନହେବାରୁ ମୋବାଇଲଫୋନ ଓ ଅନ୍ୟସାମଗ୍ରୀ ଛଡାଇ ବିଦା କରିଦେଇଥିବାରୁ ସେ ବସଷ୍ଟାଣ୍ଡରେ କଲିକତାଯିବାପାଇଁ ଚାହୁଁଥିଲେ ବୋଲି ପୋଲିସ ଆଗରେ ସ୍ୱିକାର କରିଥିଲେ ।ଏହାପରେ ପୋଲିସ ନାବାଳିକା ମାଧ୍ୟମରେ ରାଣିମହୁମାଛିକୁ ଧରିବାକୁ ଜାଲ ବିଛାଇଥିଲା ।ପରେ ବସଷ୍ଟାଣ୍ଡରୁ ଚିତ୍ରା ସମେତ ଅନ୍ୟଜଣେ ନାବାଳିାକକୁ ପୋଲିସ ଧରିବାରେ ସକ୍ଷମ ହୋଇଥିଲା ।

 

- Advertisement -

Leave A Reply

Your email address will not be published.