ଧାମନଗର ,୭/୧୧(ଏସଏସନିଉଜ)ଧାମନଗର ପରାଜୟନେଇ ବିଜେଡି ଉପସଭାପତି ଦେବୀମିଶ୍ର ପ୍ରତିକ୍ରିୟା ରଖିଛନ୍ତି ।ସେ କହିଛନ୍ତି ଧାମନଗର ବିଜେପି ସିଟ୍ ଥିଲା । ବିଷ୍ଣୁ ସେଠୀ ସେଠାରେ ଜିତିଥିଲେ । ପୁନର୍ବାର ବିଜେପି ସେଠାରେ ପ୍ରତ୍ୟାବର୍ତ୍ତନ କରିଛି । ବିଷ୍ଣୁସେଠୀଙ୍କ ନିକଟରେ ଦେହାନ୍ତ ହୋଇଥିଲା । ଭାବାବେଗ ବିଜେପିପ୍ରତି ଥିଲା ।ଦଳର ପ୍ରଦର୍ଶନ ନେଇ ନେତୃତ୍ୱ ସମୀକ୍ଷା କରିବେ ।ସବୁବେଳେ ଦଳର ଆଭ୍ୟନ୍ତରୀଣ ସମୀକ୍ଷା ହୋଇଥାଏ ବୋଲି ଦେବୀ ମିଶ୍ର କହିଛନ୍ତି ।ଅନ୍ୟପଟେ ଧାମନଗର ଉପନିର୍ବାଚନ ଫଳାଫଳକୁ ନେଇ ବିଜେପି ସଭାପତି ଜେ.ପି. ନଡ୍ଡାଙ୍କ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି ।ସେକହିଛନ୍ତି ବିଜେପିକୁ ବିଜୟୀ କରାଇଥିବାରୁ ଦେବତୁଲ୍ୟ ଜନତାଙ୍କୁ ଧନ୍ୟବାଦ ଓ କର୍ମୀଙ୍କୁ ଶୁଭେଚ୍ଛା । ମୋଦିଙ୍କ କଲ୍ୟାଣକାରୀ ଯୋଜନା ପ୍ରତି ଲୋକଙ୍କ ବିଶ୍ୱାସର ଏହା ପ୍ରତୀକ ବୋଲି ନଡ୍ଡା କହିଛନ୍ତି ।