ଭୁବନେଶ୍ୱର,୨୫ା୧୦(ଏସଏସନିଉଜ) ବାତ୍ୟା ପାଇଁ ଧାମରା ବନ୍ଦରରେ ଫସିଛି ୨ ଟ୍ରଲର । ଫସିଥିବା ଟ୍ରଲର ଦୁଇଟି ପଶ୍ଚିମବଙ୍ଗର ବୋଲି ସୂଚନା ମିଳିଛି । କିଛି ଦୂରରେ ଲଙ୍ଗର ପକାଇ ରହିଛନ୍ତି । ତେବେ ଟ୍ରଲରରେ କେତେ ମତ୍ସ୍ୟଜୀବୀ ଅଛନ୍ତି ଜଣାପଡ଼ିନି ।ଅନ୍ୟପଟେ ବାତ୍ୟା ଦାନା ରାତି ପ୍ରାୟ ୧୨ଟା ୫ ମିନିଟରୁ ସ୍ଥଳଭାଗ ଛୁଇଁବା ପରେ ଆରମ୍ଭ ହୋଇଥିଲା ଲ୍ୟାଣ୍ଡଫଲ୍। ବାତ୍ୟା ଦାନା ଭିତରକନିକାର ହବାଳିଖଟି ନେଚରକ୍ୟାମ୍ପ ନିକଟରେ ରାତ୍ରି ପ୍ରାୟ ସାଢେ ଗୋଟାଏରୁ ସାଢେ ୩ଟା ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିଛି। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୨୦ କିଲୋମିଟର ରହିଥିଲା। ବାତ୍ୟା ପ୍ରଭାବରେ ଭିତରକନିକା, ଧାମରା, କେନ୍ଦ୍ରାପଡ଼ା ପେଣ୍ଠ ସମେତ ବିଭିନ୍ନ ଅଞ୍ଚଳରେ ଚାଳଛପର ସହ ଘରର ଆଜବେଷ୍ଟସ ଉଡ଼ିଯାଇଛି। ଆଉ କେଉଁଠି ରାସ୍ତା ଉପରେ ଟଳିପଡ଼ିଛି ଗଛଲତା। ଏବେ କେନ୍ଦ୍ରାପଡ଼ା, ଜଗତସିଂହପୁର, ବାଲେଶ୍ବର, ଭଦ୍ରକ ଜିଲ୍ଲାରେ ଲାଗିରହିଛି ବର୍ଷା। ତା’ ସହ କୋହଲା ପବନ ବହୁଛି।