ଭୁବନେଶ୍ୱର,୯/୧୧(ଏସ ଏସ ନିୟୁଜ)ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଓଡ଼ିଶା ରାଜ୍ୟ ପୋଲିସ ହାଉସିଂ ଆଣ୍ଡ ୱେଲଫେୟାର କର୍ପୋରେସନ ଲିମିଟେଡ୍ର ଡେପୁଟି ମ୍ୟାନେଜର ପ୍ରତାପ ସାମଲଙ୍କ ଘରେ ରେଡ୍ ହୋଇଛି।ଏକକାଳୀନ ଭୁବନେଶ୍ୱର ବାସଭବନ ସମେତ ୧୨ଟି ଜାଗାରେ ଭିଜିଲାନ୍ସ ଟିମ୍ ଚଢ଼ଉ କରିଛି ।ଜୟଦେବବିହାରରେ ୬ ତାଲା ବିଶିଷ୍ଟ ଘର, ଖଣ୍ଡଗିରି ସରକନ୍ତରାର ଭଡ଼ା ଘର, ଜୟଦେବବିହାର ନରେନ୍ଦ୍ର ଭିଲ୍ଲାରେ ଥିବା ଘର ସମେତ ଭଦ୍ରକ, ବାସୁଦେବପୁର, ବାଲେଶ୍ୱରର ସିମୁଳିଆରେ ଚଢଉ ଚାଲିଛି।ରାଜଧାନୀ ଉପକଣ୍ଠ ଗୋଠପାଟଣାରେ ଏକ ୫ ମହଲା କୋଠା ଓ IRC ଭିଲେଜର ଏନ୍-୬ରେ ଆଉ ଏକ ୪ ମହଲା କୋଠାର ସନ୍ଧାନ ପାଇଛି ଭିଜିଲାନ୍ସ।