ଦେଖାଗଲା ବାତ୍ୟା ‘ଦାନା’ର ଆଖି

0 49

ଭୁବନେଶ୍ବର,୨୪ା୧୦(ଏସଏସନିଉଜ) ଦାନାକୁ ନେଇ ଏବେ ସାରା ରାଜ୍ୟବାସୀ ଆଶଙ୍କାରେ ରହିଛନ୍ତି । ସ୍ଥଳଭାଗର ନିକଟତର ହେଉଛି ବାତ୍ୟା ଦାନା । ଏବେ ପାରାଦୀପଠୁ ମାତ୍ର ୧୦୦ କିମି ଦୂରରେ ରହିଛି । କେନ୍ଦ୍ରାପଡ଼ା ଜିଲ୍ଲାର ଭିତରକନିକା ଓ ଧାମରା ସ୍ଥଳଭାଗ ମଧ୍ୟରେ ବାତ୍ୟା ଲ୍ୟାଣ୍ଡଫଲ କରିବ ବୋଲି ପୂର୍ବରୁ ଆକଳନ କରାଯାଇଥିବାବେଳେ ଏବେ ବାତ୍ୟା ତା’ର ଗତିପଥ ବଦଳାଯାଇଛି । ଚାନ୍ଦବାଲିରେ ବାତ୍ୟା ସ୍ଥଳଭାଗ ଛୁଇଁବ ବୋଲି କୁହାଯାଇଛି ।ପାରାଦ୍ବୀପ ରାଡାରକୁ ଆସିଛି ବାତ୍ୟା ଦାନାର ଆଖିା ଆଜି ମଧ୍ୟରାତ୍ରିରୁ କାଲି ସକାଳ ଭିତରେ ବାତ୍ୟା ‘ଦାନା’ ଚାନ୍ଦବାଲିରେ ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଆରମ୍ଭ ହେବ। ସ୍ଥଳଭାଗ ଛୁଇଁବା ପରେ ବାତ୍ୟା ସାମାନ୍ୟ ରିକର୍ଭ କରିପାରେ। ‘ଦାନା’ ଯୋଗୁ କେନ୍ଦ୍ରାପଡ଼ା-ଭଦ୍ରକ ଅଧିକ ପ୍ରଭାବିତ ହେବେ। ‘ଦାନା’ର କୋପ ଯୋଗୁ ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଗଲାଣି।

Leave A Reply

Your email address will not be published.