କଟକ, ୭/୧୧(ଏସଏସନିୟୁଜ) ଗତକାଲି କଟକ ଦେବୀ ଗଡ଼ାରେ ୫୬ଟି କାଳୀ ମେଢ଼ ବିସର୍ଜନ ହୋଇଛି। ଗତକାଲି ସକାଳ ୭ଟାରୁ ଦିନ ପ୍ରାୟ ୨ଟା ପର୍ୟ୍ୟନ୍ତ ମେଢ଼ ବିସର୍ଜନ କରାଯାଇଥିଲା। ମଣ୍ଡପରୁ ଦେବୀଗଡ଼ା ଯାଏ ଆସୁଥିବା ମେଢ଼ ଚାରିପଟେ କମିସନରେଟ୍ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଯୋଗାଇଦିଆଯାଇଥିଲା । ଦେବୀଗଡ଼ା ନିକଟରେ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଡିସିପି ପ୍ରତୀକ ସିଂହଙ୍କ ସମେତପୋଲିସ ଉଚ୍ଚ ଅଧିକାରୀମାନେ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରିଥିଲେ।ରବିବାର ବାକିଥିବା ୮ଟିମେଢ ନିକଟସ୍ଥ ପୋଖରୀରେ ବିସର୍ଜନ ହେବ ।