ଡକାୟତି ପାଇଁ କରୁଥିଲେ ଯୋଜନା

ମାଡ଼ି ବସିଲା ପୋଲିସ

 

ବାରଙ୍ଗ,୨।୨(ଏସଏସନିଉଜ)ଦାଦାବଟି ଓ ରାସ୍ତାରେ ଡକାୟତି କରିବାକୁ ଯୋଜନା କରୁଥିବାବେଳେ ଏକ ୩ଜଣିଆ ଡକାୟତି ଗ୍ୟାଙ୍ଗକୁ ଧରିବାରେ ବାରଙ୍ଗ ପୋଲିସକୁ ସଫଳତା ମିଳିଛି। ପୋଲିସ ଏମାନଙ୍କ ଠାରୁ ଗୋଟିଏ ବନ୍ଧୁକ ସହିତ , ଦୁଇଟି ଜୀବନ୍ତ ବୋମା ଓ ଗୋଟିଏ ଭୁଜାଲି ଓ କାରକୁ ଜବତ କରିଛି।
ସୁଚନା ଅନୁଯାୟୀ ଶନିବାର ରାତିରେ ଓମ୍ଫେଡ଼ ରାସ୍ତାରେ ପାଞ୍ଚଜଣ ଯୁବକ ଦାଦାବଟି ଓ ଡକାୟତି କରିବା ପାଇଁ ଯୋଜନା କରୁଥିଲେ।ଏହି ସମୟରେ ପେଟ୍ରୋଲିଂରେ ଯାଉଥିବା ପୋଲିସ ଙ୍କ ନଜର ଯୁବକମାନଙ୍କ ଉପରେ ପଡ଼ିଥିଲା। ପୋଲିସ ସେମାନଙ୍କ ପାଖକୁ ଯିବାପରେ ସେଥିମଧ୍ୟରୁ ୨ଜଣ ଦୌଡ଼ି ପଳାଇଯାଇଥିବା ଅନ୍ୟ ୩ଜଣକୁ ପୋଲିସ ଧରିବାରେ ସକ୍ଷମ ହୋଇଥିଲା।ସେମାନେ ହେଲେନରସିଂହପୁରର ସଂଗ୍ରାମ ଦାସ(୩୯), ନରାଜ ଗ୍ରାମର ଦେବିପ୍ରସାଦ ଦଳେଇ(୨୨), ମଙ୍ଗଳାବାଗର ବାପିନା ପାତ୍ର(୨୬)।
ପୋଲିସ ସେମାନଙ୍କଠାରୁ ଗୋଟିଏ ବନ୍ଧୁକ ଓ ଦୁଇଟି ଜୀବନ୍ତ ବୋମା, ଗୋଟିଏ ଭୁଜାଲି ଓ ଗୋଟିଏ କାର ଜବତ କରିଛି । ତେବେ ପୋଲିସ ୬୧/୨୫ କେସ ନମ୍ୱରରେ ଏକ ମକଦ୍ଦମା ରୁଜୁ ତିନିଜଣକୁ ଗିରଫ କରି ରବିବାର କୋର୍ଟଚାଲାଣ କରିଛି।ଏମାନଙ୍କ ସହଯୋଗୀ ମାନଙ୍କୁ ଖୁବ ଶୀଘ୍ର ଧରାଯିବା ପାଇଁ ଗିରଫ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଅଣାଯିବା ନେଇ ଏକ ଖବରଦାତା ସମ୍ମିଳନୀରେ ଜୋନ୍- ୪ ଏସିପି ଅମିତାବ ମହାପାତ୍ର ସୂଚନା ଦେଇଛନ୍ତି ।(ଜିତ ରାଉତଙ୍କ ରିପୋର୍ଟ)

- Advertisement -

Leave A Reply

Your email address will not be published.