କଟକରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

0 73

ଭୁବନେଶ୍ୱର,୧୭ା୬(ଏସଏସନିଉଜ) ମୁଖ୍ୟମନ୍ତ୍ରୀ ମୋହନଚରଣମାଝୀ ଦାୟିତ୍ଵ ଗ୍ରହଣପରେ ଆଜି ପ୍ରଥମଥରପାଇଁ କଟକ ଗସ୍ତକରି ପୂଜ୍ୟ ପୂଜାର ଧାରା ଜାରୀ ରଖିଛନ୍ତି।କଟକର ଓଡ଼ିଆ ବଜାରଠାରେ ନେତାଜୀ ଜନ୍ମପୀଠ ପରିଦର୍ଶନକରି ସେ ନେତାଜୀ ସୁବାସଚନ୍ଦ୍ରବୋଷଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ପ୍ରଦାନ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ।ନେତାଜୀ ମ୍ୟୁଜିଅମ୍ ପରିଦର୍ଶନ କରି ତାଙ୍କ ବାଲ୍ୟକାଳର ବ୍ୟବହୃତ ଦ୍ରବ୍ୟ ଗୁଡ଼ିକ ଦେଖିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେନେତାଜୀ ଙ୍କ ଜନ୍ମ ସ୍ଥାନ କୁ ଆସିବା ମୋ ପାଇଁ ଗର୍ବ ଓ ଗୌରବର କଥା।ଦେଶର ସ୍ବାଧୀନତାରେ ନେତାଜୀଙ୍କ ଅବଦାନ ଏ ଜାତିକୁ ଯୁଗ ଯୁଗ ପାଇଁ ପ୍ରେରଣା ଦେଉଥିବ ।ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଲେ ଯେ କଟକ ର ଯେଉଁ ସବୁ କାମ ଅଧୁରା ରହିଛି ଯାହାବି ସମସ୍ୟା ରହିଛି ତାକୁ ଅନୁଧ୍ୟାନ କରି ଖୁବ୍ ଶିଘ୍ର ନୂଆ ଯୋଜନା ମାଧ୍ୟମ ରେ କାମ କରାଯିବ । ଯୋଜନାବଦ୍ଧ ଭାବେ ଓଡ଼ିଶାର ୫୦ବର୍ଷର ବିକାଶ କାମ ୫ବର୍ଷ ଭିତରେ ତ୍ୱରାନ୍ୱିତ ହେବ ।ଏହାପରେ ବକ୍ସି ବଜାର ସ୍ଥିତ ସମାଜ ଅଫିସ୍ ସ୍ଥିତ ଉତ୍କଳ ମଣି ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଦେଇଥିଲେ। ସେ କହିଥିଲେ ଯେ ଗରିବ ଲୋକଙ୍କ ହୃଦୟ ବୁଝିବାରେ ପଣ୍ଡିତ ଗୋପବନ୍ଧୁ ଆମ ସମସ୍ତଙ୍କ ପାଇଁ ଆଦର୍ଶ ।ପରେ ସେ cantonment ଛକ ସ୍ଥିତ ମଧୁସୁଦନ ଦାସଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଓ ଓଡ଼ିଆ ଅସ୍ମିତାର ସୁରକ୍ଷା ଦିଗରେ ମଧୁବାବୁଙ୍କ ଅବଦାନ ଅତୁଳନୀୟ। ମଧୁ ବାବୁଙ୍କ ଆଦର୍ଶରେ ଓଡ଼ିଆ ଜାତିର ଅସ୍ମିତା ଓ ସ୍ଵଭିମାନର ସୁରକ୍ଷା ପାଇଁ ନୂଆ ସରକାର ପ୍ରତିବଦ୍ଧତା ର ସହ କାମ ଆରମ୍ଭ କରିଛି ବୋଲି ସେ କହିଥିଲେ।
ଶେଷରେ ସେ ଗତିରାଉତପାଟଣାଠାରେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ସଂଘ ଶିକ୍ଷା ବର୍ଗର ସମାରୋପ ଉତ୍ସବରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଉପ-ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ମନ୍ତ୍ରୀ ଓ ବିଧାୟକ ମାନେ ଯୋଗ ଦେଇଥିଲେ।ଫେରିବା ବାଟରେ ମୁଖ୍ୟମନ୍ତ୍ରୀ ତୁଳସୀପୁର ତଳସାହିଠାରେ ଗାଡ଼ିଅଟକାଇ ରାସ୍ତା ପାର୍ଶ୍ଵରେ ଛିଡ଼ା ହୋଇଥିବା ସ୍ଥାନୀୟ ବାସିନ୍ଦା ଙ୍କ ସୁବିଧା ଅସୁବିଧା ବିଷୟ ରେ ବୁଝିଥିଲେ।ପରେ ସେ ପୂର୍ବତନମନ୍ତ୍ରୀ ସମୀରଦେଙ୍କୁ ଭେଟିବାପାଇଁ ତାଙ୍କ ବାସଭବନକୁ ଯାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପମୁଖ୍ୟମନ୍ତ୍ରୀ ମଧ୍ୟ ସମୀରଦେଙ୍କୁ ଭେଟିଥିଲେ ।

Leave A Reply

Your email address will not be published.