କଟକ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ

କଟକ, ୦୭।୧୧(ଏସଏସନିଉଜ)କଟକଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଓ ଜିଲ୍ଲା ସମଗ୍ର ଶିକ୍ଷାପକ୍ଷରୁ ଗୁରୁବାର ଦିନ ରେଭେନ୍ସା କଲିଜିଏଟ୍ ସ୍କୁଲସ୍ଥିତ ନେତାଜୀ ଅଡିଟୋରୀୟମ ଠାରେ କଟକ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୪ ଉଦ୍ଘାଟିତ ହୋଇଯାଇଛି। କଟକ ମହାନଗର ନିଗମ ମେୟର ସୁବାସ ସିଂ ଅତିଥିଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ଵଳନ ସହ ଏହି ମହୋତ୍ସବର ଶୁଭ ଉଦ୍ଘାଟନ କରିଥିଲେ। ରେଭେନ୍ସା କଲିଜିଏଟ୍ ସ୍କୁଲକୁ ନେଇ କଟକ ଗର୍ବ ଅନୁଭବ କରିଥାଏ। କାରଣ ଏହି ଶିକ୍ଷା ଅନୁଷ୍ଠାନରୁ ଉତ୍କଳଗୌରବ ମଧୁସୂଦନଦାସ, ନେତାଜୀ ସୁବାସଚନ୍ଦ୍ରବୋଷ, ପ୍ରବାଦ ପୁରୁଷ ବିଜୁପଟ୍ଟନାୟକ ଏବଂ ବହୁ ପ୍ରତିଷ୍ଠିତ ବିଚାରପତି ଏଠାରୁ ସୃଷ୍ଟି ହୋଇଛନ୍ତି ବୋଲି ମତବ୍ୟକ୍ତ କରି ନିଷ୍ଠାର ସହ ସମସ୍ତ କାର୍ଯ୍ୟ କରିପାରିଲେ ଆମେ ସବୁକ୍ଷେତ୍ରରେ ଗୌରବାନିତ ହୋଇପାରିବା ବୋଲି କହିଥିଲେ।

ମୁଖ୍ୟଅତିଥି ଭାବରେ କଟକ ଜିଲ୍ଲା ପରିଷଦ ସଭାପତି ଶ୍ରୀ କିଶୋର ଚନ୍ଦ୍ର ମିଶ୍ର ଉଦଘାଟନୀ ଉତ୍ସବରେ ଯୋଗଦେଇ କହିଲେ ଯେ ଇଚ୍ଛାଶକ୍ତି, ଦୃଢ଼ ମନୋବଳ ଏବଂ ଆତ୍ମ ବିଶ୍ୱାସ ରହିଲେ ଛାତ୍ରଛାତ୍ରୀମାନେ ଜୀବନର ଶୀର୍ଷସ୍ଥାନରେ ପହଞ୍ଚି ପାରିବେ।
କଟକଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଏହି ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। କଟକ ଏକ ସାଧାରଣ ସହର ନୁହେଁ । ଶିକ୍ଷା ଏବଂ କ୍ରୀଡା କ୍ଷେତ୍ରରେ କଟକର ବହୁ ପରିଚିତ ରହିଛି। କଟକ ସହରରେ ଏହି ରେଭେନ୍ସା କଲିଜିଏଟ ବିଦ୍ୟାଳୟ ଓଡ଼ିଶାର ଏକ ପୁରାତନ ବିଦ୍ୟାଳୟ ଭାବରେ ପରିଚିତ। ମୁଁ ଜାଣିବାକୁ ପାଇଛି ଯେ ଏହି ବିଦ୍ୟାଳୟରୁ ବହୁବ୍ୟକ୍ତି ବିଶେଷ ତାଙ୍କର ଛାତ୍ରଜୀବନ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଛନ୍ତି । ଛାତ୍ରଛାତ୍ରୀମାନେ ବିଦ୍ୟା ସହ କ୍ରୀଡା ତଥା ଅନ୍ୟାନ୍ୟ କ୍ଷେତ୍ରରେ ନିଜର ପ୍ରତିଭା ପ୍ରତିପାଦନ କରିପାରି ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ଉପରେ ଜିଲ୍ଲାପାଳ ମତଵ୍ୟକ୍ତ କରିଥିଲେ।ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ସରକାରଙ୍କର ସମସ୍ତ ଦ୍ବାରା ଉଦ୍ଧିଷ୍ଟ ଯୋଜନାମାନକୁ ସଦୁପଯୋଗ କରିବା ଉପରେ ଗୁରୁତ୍ୱାରୋପ କରି ମାଟ୍ରିକ ପରୀକ୍ଷାରେ ଶତପ୍ରତିଶତ ଫଳାଫଳ ଆଣିବାପାଇଁ ଛାତ୍ର ଛାତ୍ରୀମାନେ ଉଦ୍ୟମ ଜାରି ରଖିବା ପାଇଁ ମଧ୍ୟ ଜିଲ୍ଲାପାଳ ଏହି ଉଦଘାଟନ ଅବସରରେ କହିଥିଲେ।
ଜିଲ୍ଲା ଶିକ୍ଷା ଅଧିକାରୀ ତଥା ସମଗ୍ର ଶିକ୍ଷା ଜିଲ୍ଲା ପ୍ରକଳ୍ପସଂଯୋଜକ, ଡକ୍ଟର ସନ୍ତୋଷ କୁମାର ରାଉତଙ୍କ ସଭାପତିତ୍ବରେ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭି -୨୦୨୪ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ମହୋତ୍ସବ ସମ୍ବନ୍ଧୀୟ କାର୍ଯ୍ୟସୂଚୀ ଓ ଉଦ୍ଦେଶ୍ୟ ସମ୍ପର୍କରେ ପ୍ରାରମ୍ଭରେ ଡଃ ରାଉତ ସୂଚନା ପ୍ରଦାନ କରିଥିଲେ।
ବିଶିଷ୍ଟ ସମାଜସେବୀ ଲଲାଟେନ୍ଦୁ ବଡୁ, ବ୍ଲକ ଶିକ୍ଷାଅଧିକାରୀ ଅଭିଜିତା ଭାସ୍କର, ଜିଲ୍ଲା ଶିକ୍ଷକପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ନିରଞ୍ଜନ ସାହୁ, ଜବାହର ନବୋଦୟ ବିଦ୍ୟାଳୟର ଅଧ୍ୟକ୍ଷ ରାମରାଜ ସିଂ, ଜିଲ୍ଲା ବିଜ୍ଞାନ ପରିଦର୍ଶକ ଦେବ ତ୍ରିପାଠୀ ପ୍ରମୁଖ ଯୋଗଦେଇ ଶିଶୁ ମାନଙ୍କ ଶାରୀରିକ ଓ ମାନସିକ ବିକାଶ ଉପରେ ଗୁରୁତ୍ବ ଆରୋପ କରିଥିଲେ। ଏହି ମହୋତ୍ସବ ଉପଲକ୍ଷେ ଛlତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇଥିଲା। ଶିକ୍ଷକ ବିଶ୍ଵନାଥ ମିଶ୍ରଙ୍କ ନିର୍ଦ୍ଦେଶନାରେ ଛାତ୍ରଛାତ୍ରୀ ମାନେ ସ୍ଵାଗତସଙ୍ଗୀତ ପରିବେଷଣ କରିଥିଲେ।

ଅପରାହ୍ନରେ ଉଦଯାପନୀ ଉତ୍ସବରେ ସମ୍ମାନିତ ଅତିଥି ଭାବରେ ମାହାଙ୍ଗା ବିଧାୟକ ସାରଦା ପ୍ରସାଦ ପ୍ରଧାନ, ବାରବାଟୀ-କଟକ ବିଧାୟିକା ଇଂ ସୋଫିଆ ଫିର୍ଦୋସ ଯୋଗଦେଇ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।
ସମସ୍ତ କାର୍ଯ୍ୟକ୍ରମକୁ ପ୍ରଧାନଶିକ୍ଷକ ଅକ୍ଷୟ କୁମାର ଷଡ଼ଙ୍ଗୀ, ବିଶ୍ଵନାଥ ମିଶ୍ର ଏବଂ ଜିଲ୍ଲା ଜନଜାତି ସଂଯୋଜିକା ଡକ୍ଟର ସୁଚିସ୍ମିତା ମହାନ୍ତି ସଂଯୋଜନା ଓ ସଞ୍ଚାଳନ କରିଥିବାବେଳେ ଜିଲ୍ଲା ସମଗ୍ରଶିକ୍ଷା ଓ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର ବିଭିନ୍ନ ଅଧିକାରୀ ଓ କର୍ମଚାରୀ , ରେଭେନ୍ସା କଲିଜିଏଟ୍ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ସି ଆର ସି ସି ମାନେ ପ୍ରତ୍ୟକ୍ଷ ସହଯୋଗ କରି ଏହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ବିଭିନ୍ନ ପ୍ରତିଯୋଗୀତାର ମୂଲ୍ୟାୟନ ପାଇଁ ପ୍ରତିଷ୍ଠିତ ବ୍ୟକ୍ତି ମାନେ ବିଚାରକ ଭାବରେ ଯୋଗଦେଇ ରାଜ୍ୟସ୍ତରୀୟ ସୁରଭି ଶ୍ରେଷ୍ଠ ପ୍ରତିଯୋଗୀ ଚୟନ କରିଥିଲେ । ସମସ୍ତ କାର୍ଯ୍ୟକ୍ରମ ଶେଷରେ ରେଭେନସା କଲିଜିଏଟ୍ ସ୍କୁଲର ପ୍ରଧାନଶିକ୍ଷକ ପ୍ରଗତି ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

- Advertisement -

Leave A Reply

Your email address will not be published.