କୋଲ୍ଡଡ୍ରିଙ୍କସ୍ ପିଇଲେ,୨୦ ଲକ୍ଷ ଟଙ୍କାର ସୁନାଗହଣା ଲୁଟିଲେ

0 131

ବାରଙ୍ଗ,୧୫/୯(ଏସଏସନିଉଜ)ଅସୁରକ୍ଷିତ ହୋଇପଡିଛି ରାଜଧାନୀର ଆପାର୍ଟମେଣ୍ଟ।ପୋଲିସକୁ ଖାତିରି ନକରି ଆତଙ୍କ ଖେଳାଇଛନ୍ତି ଲୁଟେରା ।ଦିନକ ତଳେ ଜଣେବୈଜ୍ଞାନିକଙ୍କ ଘରୁ ୫୦ ଭରିର ସୁନା ଲୁଟିନେଇଥିବା ବେଳେ ଆଜିପୁଣି ଜଣେ ସଫ୍ଟୱେର ଇଞ୍ଜିନିୟରଙ୍କ ଘରୁ ୨୦ଲକ୍ଷ ଟଙ୍କାର ସୁନାଗହଣା ସଫା କରିଦେଇଛନ୍ତି ।ସ୍ୱାମୀ-ସ୍ତ୍ରୀ ଘରକୁ ଯାଇଥିବା ବେଳେ କବାଟ ତାଡ଼ି ଲୁଟି ନେଇଛନ୍ତି ସୁନା ଓ ଟଙ୍କା । ଏହି ଘଟଣା ଘଟିଛି ଚନ୍ଦକା ଥାନା ଗୋଠପାଟଣାରେ ଥିବା ଆକ୍ରୋପଲିସ୍ ଆପାର୍ଟମେଣ୍ଟରେ ।ଲୁଟେରା ଲୁଟ୍ କରିବା ପରେ ଫ୍ରିଜରୁ ଫଳ ଓ କୋଲ୍ଡ ଡ୍ରିଙ୍କସ୍ ପିଇବା ସହ ରୋଷେଇଘରୁ ଡ୍ରାଏଫ୍ରୁଟ୍ ଖାଇ ଫେରାର ହୋଇଯାଇଛନ୍ତି ।ଖବରପାଇ ଚନ୍ଦକା ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ଅଦ୍ୟାବଧି ଅଭିଯୋଗ ହୋଇଥିବାର କହିଛି।ଏହି ଘଟଣାପରେ ଆପାର୍ଟମେଣ୍ଟବାସୀ ସୁରକ୍ଷାକୁ ନେଇ ଆଶଙ୍କାରେ ରହିଥିବାର ଜଣାପଡିଛି।

ଅନ୍ୟପଟେ ଆଜି କଳିଙ୍ଗ ବିହାର କେ-୪ ଅଞ୍ଚଳର ଜଣେ ମହିଳା ପ୍ରାତଃଭ୍ରମଣ ସାରି ଘରକୁ ଫେରୁଥିବା ବେଳେ କଳା ରଙ୍ଗର ପଲସର୍ ଗାଡ଼ିରେ ୨ ଜଣ ଦୁର୍ବୃତ୍ତ ଛକି ରହିଥିଲେ। ମହିଳାଙ୍କୁ ଏକୁଟିଆ ଦେଖି ବେକରୁ ଚେନ୍ ଝାଙ୍କି ନେଇ ଫେରାର ହୋଇଯାଇଥିଲେ ।ଲୁଟ୍ ସମୟର ପୁରା ଘଟଣା ସିସିଟିଭି କ୍ୟାମେରାରେ କଏଦ ହୋଇଛି ।

Leave A Reply

Your email address will not be published.