ଚୁଡ଼ଙ୍ଗଗଡ ବାରଙ୍ଗ ମହୋତ୍ସବର ତୃତୀୟ ସନ୍ଧ୍ୟା

ଉଦଘାଟନ କଲେ ଆଇନମନ୍ତ୍ରୀ

ବାରଙ୍ଗ,୧୭।୧୧(ଏସଏସନିଉଜ)ବାରଙ୍ଗର ପ୍ରସିଦ୍ଧପର୍ବ କାର୍ତିକେଶ୍ୱର୍ ପୂଜା ଆରମ୍ଭ ହୋଇଯାଇଛି।ସନ୍ଧ୍ୟା ହେବା ମାତ୍ରେ ଦେଖଣାହାରିଙ୍କ ଭିଡ ଲାଗିରହିଛି।ରଙ୍ଗବେରଙ୍ଗର ସୁସଜ୍ଜିତ ଆଲୋକମାଳା ଆଉ ତାସାଙ୍ଗକୁ ସଉଚ୍ଚ ତୋରଣ ବେଶ୍ ମନଲୋଭା କରିଛି।ଏହାରି ଭିତରେ ଚୁଡ଼ଙ୍ଗଗଡ଼ ବାରଙ୍ଗ ମହୋତ୍ସବ ପର୍ବର ଆକର୍ଷିଣକୁ ଦ୍ୱିଗୁଣିତ କରିଛି।ଆଜି ଥିଲା ଚୁଡ଼ଙ୍ଗଗଡ଼ ବାରଙ୍ଗ ମହୋତ୍ସବର ତୃତୀୟ ସଂଧ୍ୟା।ଏହାକୁଆଇନ,ପୂର୍ତ ଓ ଅବକାରୀମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ମୁଖ୍ୟଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ତାଙ୍କ ବକ୍ତବ୍ୟରେ କହିଥିଲେ ଓଡ଼ିଶାର ଐତିହ୍ୟ,ସଂସ୍କୃତି,ସାମାଜିକ ବ୍ୟବସ୍ଥାକୁ ବଞ୍ଚେଇ ରଖିବାପାଇଁ ସାଂସ୍କୃତିକ ମାଧ୍ୟମରେ ଅନନ୍ୟ ଆନ୍ଦୋଳନର ଅନ୍ୟନାମ ମହୋତ୍ସବ ।ମନର ଭାରକୁ ହାଲୁକା କରିବାପାଇଁ ପାଲା ଦାସକାଠିଆ ରୁ ଆରମ୍ଭକରି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଗାଁଗହଳିରେ ପ୍ରଦର୍ଶନ କରାଯାଇଥାଏ ।ଆଜି ତାର ବଡରୂପ , ଆଧୁନିକଚେହେରା ,ତାର ଏକ ସମିଶ୍ରିତ ରୂପ କହିଲେ ଏହିଭଳି ମହୋତ୍ସବ ।ଏହି ଚୁଡ଼ଙ୍ଗଗଡ ବାରଙ୍ଗ ମହୋଉତ୍ସବ ୭ବର୍ଷ ଧରି ବିଭିନ୍ନ ପୀଡ଼ାକୁ ସହ୍ୟ କରି ଆଗେଇ ଓଡ଼ିଶାର ସଂସୃତିକୁ ବଞ୍ଚେଇ ରଖିବା ପାଇଁ ଚୁଡଙ୍ଗଗଡ ଐତିହ୍ୟକୁ ମନେ ପକେଇବା ପାଇଁ ଯେଉଁଉଦ୍ୟମ କରାଯାଉଛି ତାହା ଅଭିନନ୍ଦନିୟ।ତେଣୁ ସମସ୍ତ କର୍ମକର୍ତ୍ତାଙ୍କୁ କୃତଜ୍ଞତା ଜଣାଇଥିଲେ।ଆଗାମୀ ଦିନରେ ଭୁବନେଶ୍ଵର ରୁ କଟକକୁ ସଂଯୋଗ କରିବା ପାଇଁ ବାରଙ୍ଗ ଦେଇ ପାରାଲାଲା ରାସ୍ତା ନିର୍ମାଣ କରାଯିବ ବୋଲି କହିଥିଲେ ।

ସେହିପରି ମୁଖ୍ୟବକ୍ତା ଭାବେ ଲିପିତତ୍ତ୍ବବିତ୍ ତଥା ଐତିହ୍ୟ ଗବେଷକ ଇଂ ବିଷ୍ଣୁ ମୋହନ ଅଧିକାରୀ,କଟକସଦର ବିଧାୟକ ଇଂ ପ୍ରକାଶଚନ୍ଦ୍ରସେଠୀ, ଖଣ୍ଡପଡାବିଧାୟକ ଦୁଷ୍ମନ୍ତ ସାଇଁ ସମ୍ମାନୀୟ ଅତିଥିଭାବେ ଯୋଗ ଦେଇ ଗଡ଼ଜାତ ଅଞ୍ଚଳର ସ୍ୱାଭିମାନକୁ ବଞ୍ଚାଇ ରଖିବା ପାଇଁ କରାଯାଇଥିବା ଉଦ୍ୟମକୁ ପ୍ରଶଂସା କରିଥିଲେ । ଚଳଚିତ୍ରଅଭିନେତ୍ରୀ ପିଙ୍କି ପ୍ରଧାନ,ସମାଜସେବୀ ଅଭୟବାରିକ ଯୋଗଦେଇ ମହୋସବ ମାଧ୍ୟମରେ
ଅଞ୍ଚଳର ଗର୍ଵଗୌରବକୁ ବଞ୍ଚାଇ ରଖିବାର ଯେଉ ପ୍ରୟାସ କରାଯାଉଛି ଏହାଦ୍ୱାରା ପରମ୍ପରା ବଞ୍ଚାଇବା ସହ ଆଗାମୀ ଯୁବପିଢି ସଂସ୍କାରିତ ହୋଇପାରିବେ। ଏହିଭଳି ପ୍ରୟାସ ବଳବତ୍ତର ରହିଲେ ଆଗାମୀ ଦିନରେ ଅଞ୍ଚଳର ବିକାଶ ସହ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇପାରିବ ବୋଲି ବକ୍ତାମାନେ କହିଥିଲେ। ଏହି କାର୍ଯ୍ୟକ୍ରମକୁ ମହୋଉତ୍ସବ୍ କମିଟିର ସଭାପତି ତୁଷାରକାନ୍ତ ଚକ୍ରବର୍ତ୍ତୀ ସଭାପତିତ୍ବ କରିଥିବା ବେଳେ ଉପଦେଷ୍ଟା ତପନସେଠୀ ପରିଚୟ ପ୍ରଦାନ କରିଥିଲେ ଅନ୍ୟତମ ଉପଦେଷ୍ଟାତପନ କୁମାର ବଳିଆରସିଂ ଧନ୍ୟବାଦ୍ ଦେଇଥିଲେ। ଏହି ଅବସରରେ ମହୋସବ କମିଟିଦ୍ଵାରା ବରିଷ୍ଟ ସାମ୍ବାଦିକ ଲିଙ୍ଗରାଜ ରାଉତଙ୍କ ସମେତବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ୫ଜଣଙ୍କୁ ମାନପତ୍ର ସହ ସମ୍ମାନୀତ କରାଯାଇଥିଲା।ପରେ ପୁରୀ ଶିଳ୍ପୀ ଏଣ୍ଟରଟେନମେଣ୍ଟ୍ ଡ୍ୟାନ୍ସଗ୍ରୁପ ତରଫରୁ ନୃତ୍ୟ ପରିବେଷଣ କରାଯାଇଥିଲା ଏବଂ ମଣ୍ଟୁଛୁରିଆ ଓ ତାର ସାଥୀମାନଙ୍କ ଦ୍ଵାରା ଆୟୋଜିତ ମେଲୋଡିକାର୍ଯକ୍ରମ ରେ ଦର୍ଶକମାନେ ମନଭରି ଝୂମିଥିଲେ।

- Advertisement -

Leave A Reply

Your email address will not be published.