ଛୁଆ ବିଲେଇ ପାଇଁ ନକେଦମ୍

ବାରଙ୍ଗ, ୨/୨(ଏସଏସନିଉଜ) ନରାଜ ବ୍ୟାରେଜ ଖୁଣ୍ଟ ଉପରୁ ଗୋଟିଏ ବିଲେଇ ଛୁଆକୁ ଉଦ୍ଧାର କରିଛି ବାରଙ୍ଗ ଅଗ୍ନିଶମ ବାହିନୀ।

ସୂଚନା ଅନୁଯାୟୀ ରବିବାର ପୂର୍ବାହ୍ନ ୧୧ଟା ସୁଦ୍ଧା କାଠଯୋଡି ନଦୀର ନରାଜବ୍ୟାରେଜ ମଝିରେ ଗୋଟିଏ ଖୁଣ୍ଟଉପରେ ଛୋଟ ବିଲେଇ ଖସିପଡ଼ିଥିଲ।ବିଲେଇ ଛୁଆଟି ଖାଦ୍ୟଅନ୍ୱେଷଣରେ ଯାଇ ଖସି ପଡ଼ିଥିବାର ଅନୁମାନ କରାଯାଇଥିଲା। ସ୍ଥାନୀୟ ଲୋକମାନେ ଏହା ଦେଖିଛୁଆବିଲେଇକୁ ଉଧାର କରିବାକୁ ବହୁ ଚେଷ୍ଟା କରିଥିଲେ। ବିଫଳ ହେବାରୁ ବାରଙ୍ଗ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।ଖବରପାଇ ବାରଙ୍ଗ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଂଚି ଫସି ରହିଥିବାଛୋଟ ଛୁଆବିଲେଇକୁ ବ୍ୟାରେଜ ଖୁଣ୍ଟରୁ ଉଦ୍ଧାର କରିବାରୁ ଛୁଆ ବିଲେଇଟି ବଂଚିଯାଇଥିଲା।(ଜ୍ଞାନଜିତ ପ୍ରଧାନଙ୍କ ରିପୋର୍ଟ)

- Advertisement -

Leave A Reply

Your email address will not be published.