ଛାତରୁ ଖସି ଚାଲିଗଲା ଜୀବନ

ବାରଙ୍ଗ, ୨୨/୨(ଏସଏସନିଉଜ) ଅରିଲୋ ଗ୍ରାମରେ ଘର ଛାତରୁ ଖସିପଡ଼ି ଜଣେ ମହିଳାଙ୍କ ମୃତୁ ଘଟିଛି।ମୃତୁବରଣ କରିଥିବା ମହିଳା ହେଉଛନ୍ତିବିନତୀ ରାଉତ (୪୧) ।
ପ୍ରକାଶଯେ, ଶନିବାର ପୂର୍ବାହ୍ନ ୯ଟା ସମୟରେ ଅରିଲୋ ଗ୍ରାମର ସଂସାର ରାଉତଙ୍କ ପତ୍ନୀ ବିନତୀ ରାଉତ (୪୧) ନିଜ ଘର ଛାତ ଉପରେ ଲୁଗା ଶୁଖାଇ ଫେରୁଥିବା ସମୟରେ ସିଡ଼ିରୁ ଗୋଡ଼ ଖସିଯାଇଥିଲା। ବିନତୀ ଛାତ ଉପରୁ ତଳକୁ ଖସି ଆସିଵାରୁ ତାଙ୍କର ମୁଣ୍ଡ ଓ ଛାତିରେ ଗଭୀର ଆଘାତ ଲାଗିଥିଲା।ପରିବାର ଲୋକ ବିନତୀଙ୍କ ଚିକିତ୍ସା ପାଇଁ କଟକ ବଡ଼ ଡ଼ାକ୍ତରଖାନାକୁ ନେଇଥିବାବେଲେ ସେଠାରେ ଡ଼ାକ୍ତର ମୃତ ଘୋଷଣା କରିଥିଲେ। ଏ ସଂପର୍କରେ ପରିବାର ଲୋକ ବାରଙ୍ଗ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ୫/୨୫ରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି।

- Advertisement -

Leave A Reply

Your email address will not be published.