ପୁରୀ,୩୦/୯(ଏସଏସନିୟୁଜ) କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଚାଲିଛି ପିପିଲି ଉପନିର୍ବାଚନ । ନିର୍ବାଚନର ରଣାଙ୍ଗନାରେ ୧୦ଜଣ ପାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । ସମୁଦାୟ ୨.୩୦ ଲକ୍ଷ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ପିପିଲି ଓ ଡେଲାଙ୍ଗ ବ୍ଲକ୍ର ୩୪୮ଟି ବୁଥ୍ରେ ଆଜି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ସାଢ଼େ ୫ଟାରେ ମକ୍ପୋଲ୍ ହେବ। ୨୦୧ଟି ବୁଥ୍ ସମ୍ବେଦନଶୀଳ ଥିବାରୁ ଏଠାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ୨୩ଟି ବୁଥ୍ରେ ମାଇକ୍ରୋ ଅବ୍ଜର୍ଭର ଓ ୧୨ଟି ବୁଥ୍ରେ ଭିଡିଓ ଉତ୍ତୋଳନ ବ୍ୟବସ୍ଥା ହୋଇଛି। ୨୦ଟି ଆଦର୍ଶ ମତଦାନ କେନ୍ଦ୍ର ଖୋଲାଯାଇଛି। ଶୃଙ୍ଖଳିତ ମତଦାନ ପାଇଁ ୧୯୮୩ଜଣ ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯାଇଛି। ୩୨ଟି ମୋବାଇଲ୍ ଟିମ୍ ବିଭିନ୍ନ ସ୍ଥାନରେ ପଇଁତରା ମାରୁଛନ୍ତି। ପ୍ରତି ବୁଥ୍ରେ ହଜାରେ ଭୋଟରଙ୍କ ମତଦାନ ଲାଗି ବ୍ୟବସ୍ଥା କରାଯାଇଛି । ସାମାଜିକ ଦୂରତା ରକ୍ଷା, ମାସ୍କ ପିନ୍ଧିବା ଓ ସାନିଟାଇଜର ବ୍ୟବହାର ଲାଗି ନିର୍ଦ୍ଦେଶ ଦିଆଯାଇଛି । ଭୋଟରଙ୍କ ଲାଗି ମାସ୍କ ଓ ହ୍ୟାଣ୍ଡ୍ ଗ୍ଲୋବ୍ସର ମଧ୍ୟ ବ୍ୟବସ୍ଥା କରାଯାଇଛି । କରୋନା କାଳରେ ନିର୍ବାଚନ ହେଉଥିବାରୁ ଅନେକ ଦିଗ ଉପରେ ଦୃଷ୍ଟି ଦିଆଯାଇ ପ୍ରସ୍ତୁତି କରାଯାଇଛି । ପିପିଲି ଉପନିର୍ବାଚନ ପାଇଁ ଆଜି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବାବେଳେ ପିପିଲିର ନୂଆଶାସନ ଦକ୍ଷିଣସାହିର ୨୦୩ ନମ୍ବର ବୁଥରେ ଇଭିଏମ ଅଚଳ ହୋଇଥିବା ଜଣାପଡିଛି ।ଏହାଦ୍ୱାରା ମତଦାନ ପ୍ରକ୍ରିୟା ପ୍ରଭାବିତ ହୋଇଛି ।ପିପିଲି ଉପନିର୍ବାଚନରେ ପ୍ରାର୍ଥୀ ଭାବେ ବିଜେଡିରୁ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ରପ୍ରତାପ ମହାରଥୀ, ବିଜେପିରୁ ଆଶ୍ରିତ ପଟ୍ଟନାୟକ, କଂଗ୍ରେସରୁ ବିଶ୍ବକେଶନ ହରିଚନ୍ଦନ ମହାପାତ୍ର,ପାର୍ଥୀ ହୋଇଛନ୍ତି । ବିଶେଷକରି ରୁଦ୍ର, ଆଶ୍ରିତ ଓ ବିଶ୍ୱକେଶନଙ୍କ ମଧ୍ୟରେ ହେବ କଡ଼ା ଟକ୍କର ।ସେହିଭଳିଭାବେ ସିପିଆଏମଏଲ୍ରୁ ଅଶୋକ ପ୍ରଧାନ, ଅଖିଳ ଭାରତ ହିନ୍ଦୁ ମହାସଭାରୁ ଜୟପ୍ରକାଶ ସେଠୀ, ରିପବ୍ଲିକାନ୍ ପାର୍ଟି ଅଫ୍ ଇଣ୍ଡିଆରୁ ମହମ୍ମଦ ଇମାମ୍ମୁଦିମ୍, କଳିଙ୍ଗ ସେନାର ପିଙ୍କଲିନ୍ ମହାନ୍ତି, ସ୍ବାଧୀନ ପ୍ରାର୍ଥୀ ଭାବେ ନଗେନ୍ଦ୍ରନାଥ ମିଶ୍ର, ସୁଲୋଚନା ସାହୁ ଓ ସ୍ବପ୍ନେଶ୍ବର ସାହୁ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି।
ପିପିଲି ଉପନିର୍ବାଚନ ପାଇଁ ଆଜି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବାବେଳେ ପିପିଲିର ନୂଆଶାସନ ଦକ୍ଷିଣସାହିର ୨୦୩ ନମ୍ବର ବୁଥ, ୧୩୯-ଏ ଓ ୧୭୭ ନମ୍ବର ବୁଥରେ ଇଭିଏମ୍ ଅଚଳ ହୋଇଥିବା ଜଣାଯାଇଛି। ଏହାଦ୍ୱାରା ମତଦାନ ପ୍ରକ୍ରିୟା ପ୍ରଭାବିତ ହୋଇଥିଲା ,ପରେ ଇଭିଏମ୍ ର ଯାନ୍ତ୍ରିକ ତ୍ରୁଟି ସ୍ଥିତି ସ୍ୱାଭାବିକ ହୋଇଥିଲା ।
Prev Post