ବାରଙ୍ଗ ,୨୮/୧୨(ଏସଏସନିୟୁଜ) ନା ଥିଲା ସ୍ମୃତିରଞନ ।ଡାକନାମ ଆଶୁତୋଷ ସହ ଭିକି ।ସମସ୍ତଙ୍କ ସହ ମିଶିଯାଉଥିଲା ।ଅଳ୍ପ କଥା ହେବା ସହ କାହା କଥାକୁ ଧରୁନଥିଲା ।ସମସ୍ତଙ୍କ ସହତାର ଭଲ ସର୍ମ୍ପକ ରହିଥିଲା ।ଶାରରିକ ଅସୁସ୍ଥତା ଯୋଗୁ ଚିକିସ୍।ଧିନ ଅବସ୍ଥାରେ ମଙ୍ଗଳବାର ତାଙ୍କର ଦେହାନ୍ତ ହୋଇଥିଲା ।ଯାହା ସମସ୍ତଙ୍କୁମର୍ମାହତ କରିଥିଲା ।କମ ବୟସରେ ଯୁବ ବସ ମାଲିକ ଚାଲିଯାଇଥିବାରୁ ସମସ୍ତଙ୍କ ମନରେ ଦୁଃଖ ରହିଥିଲା । ଯୁବ ବସମାଲିକଙ୍କ ଦେହାନ୍ତର ଖବରପାଇ ମଙ୍ଗଳବାରଦିନ ତାଙ୍କର ସ୍ମୃତିଚାରଣ ପାଇଁ ଦିନକ ପାଇଁ ନନ୍ଦନକାନନ ରୁଟରେ ପ୍ରଚଳନ କରୁଥିବା ସମସ୍ତ ବସକୁ ବନ୍ଦ ରଖାଯାଇଥିଲା ବୋଲି ନନ୍ଦନକାନନ ଟାଉନବସମାଲିକସଂଘର ସାଧାରଣ ସମ୍ପାଦକ ତ୍ରିଲୋଚନ ରାଉତ କହିଛନ୍ତି ।ତେବେ ପର୍ଯ୍ୟଟନ ରୁତୁ ଚାଲିଥିବାରୁ ନନ୍ଦନକାନନ ରେ ପର୍ଯ୍ୟଟକମାନଙ୍କ ସଂଖ୍ୟା ଆଶାତିତଭାବେ ବୃଦ୍ଧିପାଇଛି । ଟାଉନବସ ନଚାଲିଥିବାରୁ ପର୍ଯ୍ୟଟକମାନେ ଯାତାୟତପାଇଁ ମଙ୍ଗଳବାର ଦିନ ବେଶ ହଇରାଣ ହରକତ ହୋଇଥିବାର ଦେଖିବାକୁ ମିଳିଥିଲା ।(ଗୈାତମରାଉତଙ୍କ ରିପୋର୍ଟ)