ବସମାଲିକଙ୍କ ଦାଦାଗିରି …

ଟଙ୍କା ଓ ସୁନା ନେଇ ଫେରାର ଥିଲା,ମାଡ଼ିବସିଲା ପୋଲିସ

ବାରଙ୍ଗ,୧୧/୧୧(ଏସଏସନିଉଜ)
ଦାଦାଗିରି ଦେଖାଇ ଫେରାର ଥିବା ବାପୁନିକୁ ଶେଷରେ ଗିରଫ କରିଛି ପୋଲିସ। ଅଭିଯୁକ୍ତ ଜଣକ ହେଉଛନ୍ତି ରଘୁନାଥପୁର ଗାଁର ଏକ ଘରୋଇ ବସ ମାଲିକ ବାପୁନି ଓରଫ ମାନସ ରଞ୍ଜନ ସାହୁ ବୋଲି ସୂଚନା ମିଳିଛି ।ରାଜାରାସ୍ତାରେ ବସକୁ ଅଟକାଇ ବସ କଣ୍ଡଟର କୁ କାଠଫାଳିଆରେ ମାଡ଼ମାରି ଟଙ୍କା ଓ ସୁନାମୁଦିନେଇ ଫେରାର ଥିଲା ବାପୁନି ।

ମିଳିଥିବା ସୂଚନା ଅନୁଯାୟୀ, ସୌମେନ୍ଦ୍ରଙ୍କର OD 02-CL- 2122 ନମ୍ବର ବିଶିଷ୍ଟ ବସ ନିୟମିତ ଭାବେ ଭୁବନେଶ୍ବରରୁ ତାଳଚେର ଯିବା ଆସିବା କରୁଥିବା ବେଳେ, ସେହି ରାସ୍ତା ଦେଇ OD-02-AY-1350 ନମ୍ବର ବିଶିଷ୍ଟ ବାପୁନୀ ବସ ମଧ୍ୟ ଭୁବନେଶ୍ବରରୁ ଅନୁଗୁଳକୁ ଯିବା ଆସିବା କରିଥାଏ । ବାପୁନି ବସରେ ଭୁବନେଶ୍ବର-ଅନୁଗୁଳ ପରିବର୍ତ୍ତେ ଭୁବନେଶ୍ବର-ତାଳଚେର ବ୍ୟାନର ଆଗାଉଥିବା ନେଇ ସୌମେନ୍ଦ୍ର ଦେଖିବାକୁ ପାଇଥିଲେ। ଯାହାକୁନେଇ ଉଭୟ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ।ବାପୁନି ଗତ ୫ତାରିଖ ଦିନ ସୌମନ୍ଦ୍ରେଙ୍କ ବସକୁ ରଘୁନାଥପୁର ମାଉସୀମା ମନ୍ଦିର ନିକଟରେ ଅଟକାଇ ଭିନ୍ନକ୍ଷମ କଣ୍ଡଟର ପ୍ରଶାନ୍ତ ବେହେରାକୁ ଅଶ୍ରବ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ କାଠଫାଳିଆରେ ମରଣାତ୍ମକ ଆକ୍ରମଣ କରିଥିଲା ।ପ୍ରଶାନ୍ତଠାରୁ ଟଙ୍କା ଛଡେଇ ନେବା ସହିତ ହାତରେ ପିନ୍ଧିଥିବା ସୁନା ମୁଦି କୁ ଛଡେଇ ଫେରାର ହୋଇଯାଇଥିଲା ।ଆଜି ନନ୍ଦନକାନନଥାନା ପୋଲିସ ଖବରପାଇ ବାପୁନିକୁ ଗିରଫ କରି କୋର୍ଟଚାଲାଣ କରିଛି। କେବଳ ଏତିକି ନୁହେଁ,ନନ୍ଦନକାନନ ଚିଡିଆଖାନାରେ ମଧ୍ୟ ବାପୁନି ଆତଙ୍କ ସୃଷ୍ଟି କରିଥିଲେ ।ଗତ ଜୁନ ୫ତାରିଖରେ ମଧ୍ୟ ନନ୍ଦନକାନନ ବନ୍ଦ ଦିନରେ ଅବାଧରେ ଭିତରେ ପ୍ରବେଶ କରି ସୁରକ୍ଷାକର୍ମୀକୁ ଆକ୍ରମଣ କରି ପୂର୍ବରୁ ଗିରଫ ହୋଇଥିଲା ।

- Advertisement -

Leave A Reply

Your email address will not be published.