ବସମାଲିକଙ୍କ ମହାନତା

0 87

ବାରଙ୍ଗ,୧୯/୧୦(ଏସଏସନିଉଜ) ଶନିବାର ଦିନ ଜଣେ ବସ ମାଲିକ ଯାତ୍ରୀଙ୍କ ଲାପ୍ ଟପ୍ ଓ କିଛି ଟଙ୍କା ଭର୍ତ୍ତି ବ୍ୟାଗକୁ ଫେରାଇ ନିଜର ସଚ୍ଚୋଟ ପଣିଆକୁ ପ୍ରମାଣିତ କରିଛନ୍ତି । ବସ ମାଲିକଙ୍କ ଏଭଳି ମହାନ କାର୍ଯ୍ୟ ପାଇଁ ସମସ୍ତେ ତାଙ୍କୁ ପ୍ରଶଂସା କରିଛନ୍ତି । ସୂଚନା ଯୋଗ୍ୟ ଯେ , ଶୁକ୍ରବାର ଦିନ ବ୍ରହ୍ମପୁର ଅଞ୍ଚଳର ଅଭିଳାଷ କୁମାର ପାତ୍ର ନାମକ ଯୁବକ ନିଜ ସାଙ୍ଗମାନଙ୍କ ସହିତ ନନ୍ଦନକାନନ ଚିଡ଼ିଆଖାନା ବୁଲିବା ପାଇଁ ଆସିଥିଲେ । ନନ୍ଦନକାନନ ବୁଲି ସାରିବା ପରେ ନନ୍ଦନକାନନ ବସ ଷ୍ଟାଣ୍ଡ ରେ ଓଡି ୦୨ ଏଜେଡ୍ ୨୭୪୭ ନମ୍ୱର ଯୋଗମାୟା ନାମକ ବସ ରେ ବସି ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟନି ଯାଇଥିଲେ । ସେଠାରେ ବସ ରୁ ଓହ୍ଲାଇ ପଲାଇଥିଲେ ।କିନ୍ତୁ ଗାଡ଼ିରେ ଲାପ୍ ଟପ୍ ଓ କିଛି ଟଙ୍କା ଭର୍ତ୍ତି ବ୍ୟାଗକୁ ଛାଡ଼ିଦେଇଥିଲେ । ହେଲେ ବ୍ୟାଗ୍ ଟି କେଉଁଠି ଛାଡ଼ି ଦେଇଛନ୍ତି ଭାବି ବହୁତ ଖୋଜା ଖୋଜି କରିଥିଲେ । ହେଲେ ନ ପାଇ ନିରାଶ ହୋଇଥିଲେ । ଅନ୍ୟପଟେ ବସ ରେ କାର୍ଯ୍ୟରତ କର୍ମଚାରୀ ବସ ରେ ଗୋଟିଏ ବ୍ୟାଗ୍ କେହି ଛାଡ଼ି ଦେଇଛନ୍ତି ବୋଲି ବସ ମାଲିକ ତ୍ରିଲୋଚନ ରାଉତ ଓ ଜ୍ଞାନଯିତ୍ ପ୍ରଧାନ ଙ୍କୁ ସୂଚନା ଦେଇଥିଲେ । ମାଲିକ ଜ୍ଞାନଜିତ୍ ବ୍ୟାଗ୍ ରେ ଥିବା ଆଧାର କାର୍ଡ ରେ ମୋବାଇଲ ନମ୍ୱର ପାଇ ଅଭିଳାଷ କୁ କଲ କରି ଉକ୍ତ ବ୍ୟାଗ୍ କୁ ଫେରାଇଛନ୍ତି। ଏହି ବ୍ୟାଗ୍ ପାଇ କୁ ପାଇ ମାଲିକ କୁ ସାଧୁବାଦ୍ ଜଣାଇଛନ୍ତି । ପୂର୍ବରୁ ମଧ୍ୟ ବହୁ ମୋବାଇଲ ଫୋନ ବ୍ୟାଗ୍ କୁ ଫେରାଇଥିବା ନଜିର ରହିଛି । ତାଙ୍କର ଏଭଳି କାର୍ଯ୍ୟ କୁ ଦେଖି ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.