ବୋମା ମାଡ଼ ଗୁଜବ

0 39

ବାରଙ୍ଗ,୨୯/୭|୯ (ଏସଏସନିଉଜ)ଶୁକ୍ରବାର ରାତିରେ ରାଜଧାନୀ ଉପକଣ୍ଠ ଇଞ୍ଜଣା ଗ୍ରାମରେ ବୋମାମାଡ଼ ହୋଇଥିବା ନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।
ପ୍ରକାଶ ଯେ, ଶୁକ୍ରବାର ରାତି ପ୍ରାୟ ଦଶଟା ସମୟରେ ଗ୍ରାମର ବିଦ୍ୟାଳୟ ନିକଟ ଜନୈକ ବ୍ୟକ୍ତିଙ୍କ ଘର ନିକଟରେ ଏକ ପ୍ରଚଣ୍ଡ ଶବ୍ଦ ଶୁଣାଯାଇଥିଲା। ଯାହାକୁ ନେଇ ଆଖପାଖ ଲୋକେ ଭୟଭୀତ ହୋଇ ପଡ଼ିଥିଲେ। ବୋମା ଫୁଟିଥିବା ଭାବି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ମଞ୍ଚେଶ୍ୱର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ଶବ୍ଦ ଶୁଣା ଯାଇଥିବା ସ୍ଥାନରୁ ସେଭଳି କୌଣସି ବୋମାର ଭଗ୍ନାବଶେଷ କିମ୍ବା କୌଣସି କ୍ଷତ ଚିହ୍ନ ଦେଖିବାକୁ ମିଳିନଥିଲା। କେହି ଦୁର୍ବୃତ୍ତ ପ୍ରଚଣ୍ଡ ଶବ୍ଦ କରୁଥିବା ବାଣ ଫୁଟାଇ ଦେଇ ଘଟଣାସ୍ଥଳରୁ ଚାଲିଯାଇଥିବା ପୋଲିସ ଅନୁମାନ କରୁଛି। ବୋମା ଫୁଟିବା ଖବର ପାଇ ଗ୍ରାମରେ ଏକ ପ୍ରକାର ଆତଙ୍କ ଖେଳି ଯାଇଥିବାବେଳେ ପୋଲିସ ସିସି ଟିଭି ଆଧାରରେ ତଦନ୍ତରେ ପରେ ଏକ ଗୁଜବ ବୋଲି ଜାଣିବାକୁ ପାଇଥିଲା।ବିମା ମାଡ଼ ମିଛ ବୋଲି ଜାଣିବା ପରେ ଗ୍ରାମବାସୀ ଆଶ୍ୱସ୍ତି ଲାଭ କରିଥିଲେ।

Leave A Reply

Your email address will not be published.