ଖୋର୍ଦ୍ଧା,୭/୧୧(ଏସଏସନିୟୁଜ) କଳାହାଣ୍ଡିର ସ୍କୁଲ ଅଧ୍ୟକ୍ଷା ମମିତା ମେହରଙ୍କ ହତ୍ୟା ଘଟଣାରେ ସମ୍ପୃକ୍ତି ଅପରାଧୀଙ୍କୁ ସୁରକ୍ଷା ଦେଉଥିବା ରାଜ୍ୟ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି କରିଛି ଖୋର୍ଦ୍ଧା ଜିଲ୍ଲା ଭାରତୀୟ ଜନତା ପାର୍ଟି । ଖୋର୍ଦ୍ଧା ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ଆଜି ଖୋର୍ଦ୍ଧା ଟାଉନ୍ ଥାନା ଘେରାଇ କରିବା ସହ ଥାନା ଅଧିକାରୀ ସଂଜୟ କୁମାର ପଟ୍ଟନାୟକଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଜିଲ୍ଲା ବିଜେପି ସଭାପତି ରଶ୍ମୀ ରଂଜନ ମହାପାତ୍ରଙ୍କ ନେତୃତ୍ୱରେ ପୂର୍ବତନ ଜିଲ୍ଲା ସଭାପତି ନିକୁଞ୍ଜ କିଶୋର ପଟ୍ଟନାୟକଙ୍କ ସମେତ ବହୁ କର୍ମକର୍ତା ମାନେ ବିକ୍ଷୋଭ ପ୍ରଦର୍ଶନରେ ସାମିଲ ହୋଇଥିଲେ ।