ବିଲେଇ ପାଇଁ ଗଲା ଜୀବନ

0 247

ଚନ୍ଦ୍ରଶେଖରପୁର,୧୧।୧୦(ଏସଏସନିଉଜ)ବିଲେଇକୁ ଉଦ୍ଧାର କରିବାକୁ ଯାଇ କୂଅରେ ପଡ଼ି ଜଣଙ୍କର ଜୀବନ ଯାଇଥିବା ବେଳେ ଦୁଇଜଣ ଗୁରୁତର ଆହତ ହୋଇଥିବାର ଜଣାପଡିଛି।ଏହିଭଳି ଘଟଣା ମଞ୍ଚେଶ୍ୱରଥାନା ଅଧୁନସ୍ତ ପଦ୍ମକେଶରୀପୁର ଗାଁ ପାଖରେ ଘଟିଛି।ପଟିଆ ଷ୍ଟେସନ ନିକଟଥିବା ଏକ କୂଅରେ ପଡ଼ି ଯାଇଥିଲା ବିଲେଇ । ବିଲେଇକୁ ଉଦ୍ଧାର କରିବା ପାଇଁ ପଦ୍ମକେଶରୀପୁର ଗାଁର ୩ଜଣ ଆଗପଛ କରି କୂଅକୁ ଡେଇଁ ପଡିଥିଲେ।ତେବେ ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଂଚି କୂଅ ମଧ୍ୟରୁ ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିବାର ଜଣାପଡିଛି।

Leave A Reply

Your email address will not be published.