ବିଦ୍ୟୁତ୍ ଖୁଣ୍ଟ ଚୋରି ଅଭିଯୋଗରେ ୨ଠିକାଦାର ଗିରଫ

0 48

ବାରଙ୍ଗ,୧୨/୯(ଏସଏସନିଉଜ)ବାରଙ୍ଗ-ତ୍ରିଶୂଳିଆ ମୁଖ୍ୟ ରାସ୍ତା ପାର୍ଶ୍ବରେ ଲାଗିଥିବା ବିଦ୍ୟୁତ୍ ଖୁଣ୍ଟ କୁ ଚୋରିକରି ଅନ୍ୟଆଡ଼େ ବିକ୍ରି କରିଥିବା ଅଭିଯୋଗରେ ପୋଲିସ ଗୁରୁବାରଦିନ ବିଦ୍ୟୁତ୍ ବିଭାଗର ୨ଜଣ ଠିକାଦାରଙ୍କୁ ଗିରଫ କରି କୋର୍ଟଚାଲଣ କରିଛି।ପୋଲିସ ତାଠାରୁ ୩ଟି ଚୋରି ବିଦ୍ୟୁତ୍ ଖୁଣ୍ଟ କୁ ଜବତ କରିଛି ।
ପ୍ରକାଶ ଯେ, ଗତ ଜୁନମାସ ୨୭ତାରିଖରେ ବାରଙ୍ଗ ମୁଖ୍ୟରାସ୍ତାର ବଛିପୂର ଗାଁ ମୁଣ୍ଡ ମୟୂର ବିହାରରୁ
୫ଟିବିଦ୍ୟୁତ୍ ଖୁଣ୍ଟ ଚୋରି ହୋଇଥିବାର ସଞ୍ଜୟ କୁମାର ବରାଳ ନାମକ ବ୍ୟକ୍ତି ବାରଙ୍ଗଥାନାରେ ଅଭିଯୋଗ କରାଯାଇଥିଲା।ପୋଲିସ ୨୫୩/ ୨୪କେଶ ନମ୍ୱରରେ ଏକ ମକଦମା ରୁଜୁକରି ତଦନ୍ତ ଆରମ୍ଭ କରିଥିଲେ।
ବିଶେଷ ସୂତ୍ରରୁ ଖବରପାଇ ବାରଙ୍ଗ ଥାନା ପୋଲିସ ଗତକାଲି ଚନ୍ଦ୍ରଶେଖରପୁର ଥାନା ଅଧିନସ୍ତ ପଟିଆରେ ରହୁଥିବା କିରଣଶଙ୍କର ମହାନ୍ତି ଓ ଲକ୍ଷ୍ମିସାଗର ଥାନା ଅଧିନସ୍ତ ବାମିଖାଲ ଗ୍ରାମରକାହ୍ନା ପ୍ରଧାନ ନାମକ ବିଦ୍ୟୁତ୍ ବିଭାଗର ଠିକାଦାରଙ୍କୁ ଧରିବାପରେ ସେ ୫ଟି ବିଦ୍ୟୁତ୍ ଖୁଣ୍ଟକୁ ଚୋରି କରିଥିବାର ମାନିଥିଲେ।ରଘୁନାଥପୂର ଅଞ୍ଚଳରେ ବିକିଥିବା ଜଣେ ବ୍ୟକ୍ତିଙ୍କ ପାଖରୁପୋଲିସ ଗୁରୁବାରଦିନ ୩ଖୁଣ୍ଟକୁ ଜବତ କରିଛି।ଅନ୍ୟ ୨ଟି ଖୁଣ୍ଟକୁ ସେ ଜଟଣୀ ଅଞ୍ଚଳରେ ବିକିଥିବାର ପୋଲିସ ଆଗରେ ସ୍ବୀକାର କରିଥିବାର ଜଣାପଡ଼ିଛି।ଦୁଇଜଣଙ୍କ ଜାମିନ ନାମଞ୍ଜୁର ହୋଇଥିବାର ଥାନା ଅଧିକାରୀ ବିଶ୍ବରଂଜନ ନାୟକ ସୂଚନା ଦେଇଛନ୍ତି।

Leave A Reply

Your email address will not be published.