ବାରଙ୍ଗ,୨୦/୧୨(ଏସଏସନିଉଜ) ଉତ୍ତର ଭୁବନେଶ୍ବର ବିଧାୟକ ସୁଶାନ୍ତ କୁମାର ରାଉତ ସୋମବାର ପୂର୍ବାହ୍ନ ସମୟରେ ଭୁବନେଶ୍ବର ବ୍ଲକ ଅନ୍ତର୍ଗତ ୫ପଞ୍ଚାୟତର ଢାଓ୍ବାଗ୍ରାମ ସ୍ଥିତ ସୋମନାଥ ମନ୍ଦିର ପରିସରରେ ବିଜୁସ୍ବାସ୍ଥ୍ୟ କଲ୍ୟାଣକାରୀ ଯୋଜନାର ବଣ୍ଟନ ଶୁଭାରମ୍ଭ କରିଛନ୍ତି।ଦାଢା,କଲ୍ୟାଣପୁର,ବରିମୁଣ୍ଡ,କଳାରାହାଙ୍ଗ,ରଘୁନାଥପୁର ଆଦି ୫ପଞ୍ଚାୟତର ରେସନକାର୍ଡ ଧାରୀଙ୍କ ମଧ୍ୟରୁ ପ୍ରତି ପଞ୍ଚାୟତରୁ ୨୦ଜଣ ଲେଖାଏଁ ହିତାଧିକାରୀଙ୍କୁ ସ୍ମାଟକାର୍ଡ ବଣ୍ଟନ କରାଯାଇଛି।ଏଥିରେ୫ପଞ୍ଚାୟତ ମୁରବୀ ଅନ୍ତର୍ୟ୍ୟାମି କୁଅଁର,ଦାଢା ସରପଞ୍ଚ ଶ୍ୟାମସୁନ୍ଦର ଟୁଡୁ,କଲ୍ୟାଣପୁର ସରପଞ୍ଚ ପ୍ରଭାସିନୀ ସାସମଲ,କଳାରାହାଙ୍ଗ ସରପଞ୍ଚ ପଙ୍କଜିନୀ ଦଳପତି,
ରଘୁନାଥପୁର ସମିତିସଭ୍ୟା ତଥା ନାରୀ ଜାଗରଣ ମଞ୍ଚ ସଭାନେତ୍ରୀ ଝୁନା ରାଉତଙ୍କ ସମେତ ବହୁ ଲୋକ ପ୍ରତିନିଧି ମାନେ ଅତିଥି ଭାବେ ଯୋଗଦେଇଥିଲେ। କାର୍ୟ୍ୟକ୍ରମକୁ କାର୍ୟ୍ୟନିର୍ବାହୀ ଅଧିକାରୀପ୍ରସନ୍ନ କୁମାରବାରିକଙ୍କ ସମେତ ୫ପଞ୍ଚାୟତ ର କାର୍ୟ୍ୟନିର୍ବାହୀ ଅଧିକାରୀମାନେ ପରିଚାଳନା କରିଥିଲେ।(ଗୈାତମରାଉତଙ୍କ ରିପୋର୍ଟ)