ବିଧୁରଞ୍ଜନଙ୍କୁ ପକୃତିବନ୍ଧୁ ପୁରସ୍କାର

0 103

ମେଣ୍ଢାଶାଳ,୧୦/୧୦(ଏସଏସନିଉଜ) ଚଳିତବର୍ଷ ମେଣ୍ଢାଶାଳ ଗ୍ରାମର ବିଧୁରଞ୍ଜନ ସାମନ୍ତରାୟଙ୍କୁ ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ପକୃତିବନ୍ଧୁ ପୁରସ୍କାର ପ୍ରଦାନ କରାଯାଇଛି।ବନ୍ୟପ୍ରାଣୀ ସୁରକ୍ଷା ସପ୍ତାହ ଅବସରରେ ଖୋର୍ଦ୍ଧା ଡିଭିଜନ କାର୍ଯ୍ୟାଳୟରେ ଏକ ମନୋଜ୍ଞ ପରିବେଶରେ ଡିଭିଯିନାଲ ଫରେଷ୍ଟ ଅଫିସର ପୂର୍ଣ୍ଣିମା ପଣ୍ଡିଆନ ବିଧୁରଞ୍ଜନ୍ ସାମନ୍ତରାୟଙ୍କୁ ଜିଲ୍ଲା ସ୍ତରୀୟ ମାନପତ୍ର ଓ ନଗଦ ୧୦ହଜାରେ ଟଙ୍କା ପ୍ରଦାନ କରିଥିଲେ।ସବୁଜ ପରିବେଶ ପାଇ ଚଳିତବର୍ଷ – ୨୦୨୪ପାଇଁ ଜଙ୍ଗଲ ଓ ପରିବେଶ ବିଭାଗ ଦ୍ଵାରା ପୁରସ୍କାର ପ୍ରଦାନ କରାଯାଇଥିଲା।ରାଜ୍ୟ ସରକାରଙ୍କ ତରଫରୁ ରାଜ୍ୟପାଳଙ୍କ ଦ୍ଵାରା କୃଷି କୃଷକ ସମ୍ମାନ ୧୦୧୯ରେ ଖୋର୍ଦ୍ଧାଠାରେ ଆୟୋଜିତ ଆଦର୍ଶ କୃଷକ ସମ୍ମାନ,୨୦୨୨ରେ ମେଣ୍ଢାଶାଳଠାରେ ଥିବା ଭାରତୀୟ କୃଷି ଗବେଷଣା ପରିଷଦ, ଭାରତୀୟ ଜଳ ବିନିଯୋଗସଂସ୍ଥା ଦ୍ଵାରା ସଫଳ ଫୁଲ ଚାଷୀ ସମ୍ମାନ – ୨୦୨୩ରେ କୃଷକ ରତ୍ନ ସମ୍ମାନ ସାମନ୍ତରାୟଙ୍କୁ
ଦିଆଯାଇଥିଲା।(ପଦ୍ମଚରଣ ବଡ଼ଜେନାଙ୍କ ରିପୋର୍ଟ)

Leave A Reply

Your email address will not be published.