ବିଧାୟକଙ୍କ ବିରୋଧରେ ସରମ୍ପଚଙ୍କ ମେଳି

ଗଞ୍ଜାମ,୧୩/୯(ଏସଏସନିଉଜ) ଆସିକା ବିଧାୟକ ସରୋଜପାଢ଼ୀଙ୍କ ମନ୍ତବ୍ୟକୁ ବିରୋଧ କରି ସରପଞ୍ଚ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଗତ କିଛିଦିନ ତଳେ ଆସିକା ବିଧାୟକ ସରୋଜ ପାଢୀଭୁବନେଶ୍ଵରରେ ଗଣମାଧ୍ୟମଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ କହିଥିଲେ ଯେ,ଗତ ୨୪ ବର୍ଷର ବିଜେଡି ସରକାର ବିକାଶରଡିଣ୍ଡିମ ପିଟୁଥିଲେ ।ଏହାଦ୍ବାରା କେବଳ ପିସି କାରବାର ମଧ୍ୟରେ ସୀମିତ ରହି ପ୍ରତ୍ୟେକ ଗ୍ରାମ ପଞ୍ଚାୟତର ସରପଞ୍ଚମାନେ ମାଲେମାଲ ହୋଇଛନ୍ତି । ଏବେ ଯଦି ତଦନ୍ତ ହେବ ତେବେ ଶହେରୁ ଶହେ ସରପଞ୍ଚ ଜେଲ ଯିବେ । ତାଙ୍କ ନିର୍ବାଚନ ମଣ୍ଡଳୀ ଆସିକା ବ୍ଲକ୍‌ର ୨୭ ପଞ୍ଚାୟତର ସରପଞ୍ଚମାନେ ଦୁର୍ନୀତିଗ୍ରସ୍ତ ବୋଲି ଦମ୍ଭୋକ୍ତି ପ୍ରକାଶ କରିଥିଲେ । ଯାହାକୁ ସରମ୍ପଚ ମାନେ ତୀବ୍ର ବିରୋଧ କରିଛନ୍ତି।କାଳଷଣ୍ଢପୁର କାଳୀମନ୍ଦିରରେ ଆସିକା ବ୍ଳକ ସରପଞ୍ଚ ସଂଘ ପକ୍ଷରୁ ଏଥିନେଇ ଏକ ବୈଠକ
ଅନୁଷ୍ଠିତ ହୋଇଥିଲା । ଏଥିରେ ବିଧାୟକ ବାଲି ମାଫିଆଙ୍କୁ ଧମକ ଦେଇ ଟଙ୍କା ମାଗିବା ଅଡିଓ ଭାଇରାଲ ହେଉଥିବା କଥାକୁ ସରମ୍ପଚମାନେ ଉଠାଇଥିଲେ।ଏହାସହ ବିଭିନ୍ନ ପଦାଧୁକାରୀ ଓ ଠିକାଦାରଙ୍କୁ ମଧ୍ୟ ବଟି ମଗୁଥିବାର ଅଭିଯୋଗ ଉଠାଇଥିଲେ।ବିଧାୟକ ଦେଇଥିବା ମନ୍ତବ୍ୟକୁ ଫେରାଇ ନେଇ କ୍ଷମା ମାଗିବାକୁ ସେମାନେ
ଦାବି କରିଛନ୍ତି।ଆଗାମୀ ଦିନରେ ଉକ୍ତ ଘଟଣାକୁ ଜିଲ୍ଲାସ୍ତରୀୟ ସରପଞ୍ଚ ସଂଘ ବୈଠକରେ ଆଲୋଚନାକୁ ନେଇ ବିରୋଧକୁ ତୀବ୍ରତର କରାଯିବ ବୋଲି ବୈଠକରେ ନିଷ୍ପତ୍ତି କରିଥିବାର ଜଣାପଡିଛି।

- Advertisement -

Leave A Reply

Your email address will not be published.