ବାରଙ୍ଗ,୧୪/୯(ଏସଏସନିଉଜ)ବାରଙ୍ଗ ତହସିଲ ଅନ୍ତର୍ଗତ ଫକିରପଡା ଗାଁରେ ସରକାରୀ ଜାଗାରେ ହୋଇଥିବା ପାଚେରି ନିର୍ମାଣ କାର୍ଯ୍ୟକୁ ନେଇ ଦେଖାଦେଇ ଥିବା ବିବାଦ ଉପରେ ଶନିବାର ଦିନ ପୂର୍ଣ୍ଣଛେଦ ପଡ଼ିଛି।ଦୀର୍ଘ ୮ମାସର ବ୍ୟବଧାନ ପରେ ଜିଲ୍ଲା ପ୍ରଶାସନର ନିଦ ଭାଙ୍ଗିଛି।ଶନିବାର ଦିନ ପୋଲିସ ସହାୟତାରେ ଜିଲ୍ଲା ପ୍ରଶାସନ ଫକିରପଡା ଗ୍ରାମବାସୀ ମାନେ ଅଭିଯୋଗ ଆଣିଥିବା ବିବାଦୀୟ ସରକାରୀ ଜାଗାରେ ହୋଇଥିବା ପାଚେରୀକୁ ଭଙ୍ଗିଥିବାର ଦେଖିବାକୁ ମିଳିଛି।
ସୂଚନାଯୋଗ୍ୟଯେ,ଜାନୁୟାରୀ ମାସରେ ଫକିରପଡା ଗାଁରେ ଥିିବା ଫକିରପଡା ଓ ପାଟପୁର ମୌଜାର ଦୁଇଟି ଜାଗାରେ ଥି ବା ସରକାରୀ ଜାଗାକୁ ଫକିରପଡା ଗ୍ରାମର ଯୁବକମାନେ ଖେଳପଡିଆ ଭାବେ ବ୍ୟବହାର କରୁଥିଲେ । ଏହି ଜାଗାରେ କିଛି ଜମିମାଫିଆ ପ୍ରଥମେ ବାଲିପକାଇ ଅବରୋଧ କରିଥିଲେ।ପରେ ସରକାରୀ ଜାଗାକୁ ନିଜ ଅକ୍ତିଆରକୁ ନେବାପାଇଁ ପାଚେରୀ କରୁଥିବା ବେଳେ ଗ୍ରାମବାସୀମାନେ ବିରୋଧ କରିଥିଲେ।ଏହାପରେ ଗ୍ରାମବାସୀ ମାନେ ତହସିଲ କାର୍ଯ୍ୟାଳୟ ଘେରାଉ କରିବାପରେ ଖୁବଶିଘ୍ର ଜାଗା ଚିହ୍ନଟ କରାଯିବାର ତହସିଲଦାର ପ୍ରତିଶ୍ରୁତି ଦେଇଥିଲେ।କିନ୍ତୁ ତହସିଲ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆନଯିବାରୁ ପୁଣି ଗ୍ରାମବାସୀମାନେ ଜୁଲାଇ ୨୯ତାରିଖ ରେ ବ୍ଲକ ପରିସରରେ ହୋଇଥିବା ଜିଲ୍ଲାପାଳଙ୍କ ଜନଶୁଣାଣୀ ପ୍ରକୋଷ୍ଠରେ ଅଭିଯୋଗ କରିଥିଲେ।ଏହାପରେ ତହସିଲ ପକ୍ଷରୁ ତପ୍ତରତା ଦେଖାଦେଇଥିଲା।
Prev Post
Next Post