ଭୁବନେଶ୍ୱର, ୨/୧୧(ଏସଏସନିୟୁଜ) ତମାଣ୍ଡୋ ଥାନା ଅଂଚଳର କଳିଙ୍ଗ ନଗରରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ସ୍ବାମୀ ଅବନ୍ତୀ ମଙ୍ଗରାଜ ତାଙ୍କ ସ୍ତ୍ରୀ ଓ ୧୦ ବର୍ଷର ପୁଅକୁ ହତ୍ୟା କରିଛି ।ଏହି ଡବଲମର୍ଡର ଘଟଣାରେ ପୋଲିସ ସ୍ୱାମୀକୁ ଅଟକ ରଖି ପଚରାଉଚରା କରୁଛି । ସ୍ବାମୀ ସ୍ତ୍ରୀ ଓ ପୁଅକୁ ତଣ୍ଟିଚିପି ହତ୍ୟା କରିଥିବା ପୁଲିସ ଆଗରେ ସ୍ବୀକାର କରିଛି। ପାରିବାରିକ କଳହ ଅଥବା ଅଶାନ୍ତିକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥାଇପାରେ ବୋଲି ପୋଲିସ ଅନୁମାନ କରିଛି ।