ଭୁବନେଶ୍ୱର,୫ା୧(ଏସଏସନିଉଜ) ଚୀନରHMPVଭାଇରସକୁ ନେଇ ଭାରତରେ ଛନକା ପଶିବାସହ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଯଦିଓ ଦେଶରେ ଏହି ନୂତନ ଭାଇରସ ସମ୍ପର୍କିତ କୌଣସି କେସ ସାମ୍ନାକୁ ଆସି ନାହିଁ ତଥାପି ସରକାର ଏହା ଉପରେ ତୀକ୍ଷ୍ମ ଦୃଷ୍ଟି ରଖିଛନ୍ତି। ଶନିବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ମନିଟରିଂ ଗ୍ରୁପ୍ ବୈଠକ ବସିଥିଲା। ଏହି ବୈଠକରେ ଭାଇରସର ମୁକାବିଲା ଉପରେ ରଣନୀତି ପ୍ରସ୍ତୁତ କରାଯାଇଥିଲା। ୨୦୨୪ ଡିସେମ୍ବର ୧୬ ପରଠୁ ଅଚାନକ ଏହି ସଂକ୍ରମଣ ଚୀନରେ କାୟା ମେଲାଇଛି। ଏହାର ଲକ୍ଷଣ ମଧ୍ୟ ଫ୍ଲୁ ଓ କୋଭିଡ୍ ଭଳି କୁହାଯାଉଛି। କୋଭିଡ ପରି ଏହି ରୋଗର ଲକ୍ଷଣ ରହିଥିବା ବେଳେ ଏହାକୁ ନେଇ କୌଣସି ଟ୍ରାଭେଲ ଗାଇଡ ଲାଇନ ଜାରି କରାଯାଇନାହିଁ।