ବାରଙ୍ଗ, ୧୪/୨ (ଏସଏସନିଉଜ)ଶୁକ୍ରବାର ସଂଧ୍ୟା୬ଟାରେ ଏପି ୩୧ଟିଡି ୨୨୫୧ନମ୍ୱର ଗାଡ଼ିଟି ରେଳ ସୁରକ୍ଷା ବାଡ଼କୁ ଧକା ଦେଇ ରାସ୍ତା ଉପରେ ରହିଥିବାରୁ ଯାତାୟାତରେ ବାଧା ସୃଷ୍ଟି ହୋଇଥିଲା।ପରେ ରେଳବିଭାଗ ଘଟଣାସ୍ଥଳରେ ପହଂଚି ଭାରିଯାନକୁ ଜବତ କରି ରାସ୍ତାରୁ ଉଠାଇବା ପରେ ତ୍ରିଶୂଳିଆ ବାଙ୍କୀ ମୁଖ୍ୟରାସ୍ତାରେ ଦେଖାଦେଇଥିବା ଟ୍ରାଫିକ ସମସ୍ୟା ଦୂର ହୋଇଥିଲା।
ପ୍ରକାଶ ଯେ,ଗୋଡିସାହି ଫାଣ୍ଡି ଅନ୍ତର୍ଗତ ଷଣ୍ଢପୁର ନିକଟରେ ମୁଖ୍ୟରାସ୍ତା ଉପରେ ରହିଥିବା ରେଳ ସୁରକ୍ଷା ବାଡକୁ ଏପି ୩୧ଟିଡି ୨୨୫୧ନମ୍ୱର ଗାଡ଼ିଟି ଧକା ଦେଇ ରାସ୍ତା ମଝିରେ ରହିଯାଇଥିଲା।ଧକା ହେବାରୁ ସୁରକ୍ଷା ବାଡ଼ଟି ବଙ୍କା ହୋଇଯାଇଥିଲା।ଏହି ଗାଡିଟି ଯନ୍ତ୍ରାଂଶ ନେଇ ରାମଦାସପୁର ଅଂଚଳରେ ଥିବା ଶିଳ୍ପସଂସ୍ଥାକୁ ଯାଉଥିବା ବେଳେ ଦୂର୍ଘନତା ଘଟିଥିଲା।ଏହି ସ୍ଥାନରେ ଥରେ କି ଦୁଇଥର ନୁହେଁ ବାରମ୍ବାର ରେଳ ସୁରକ୍ଷା ବାଡ଼ ଭାଙ୍ଗିଲାଣି ଫଳରେ ରେଳ ବ୍ରିଜ ପ୍ରତି ବିପଦ ଆଶଙ୍କା ସୃଷ୍ଟି ହେଉଛି।
Prev Post
Next Post