ବାତ୍ୟା ପାଇଁ ଦୁଇଦିନ ଧଉଳି ଶାନ୍ତିସ୍ତୁପ ବନ୍ଦ

0 15

ଭୁବନେଶ୍ୱର,୨୪/୧୦(ଏସଏସନିଉଜ) ସମ୍ଭାବ୍ୟ ବାତ୍ୟା ଦାନାର ଗଭୀର ପ୍ରଭାବରେ ଜିଲ୍ଲାର ସମୁନ୍ଦ୍ର ଉପକୂଳ ଅଞ୍ଚଳମାନଙ୍କରେ ପ୍ରବଳରୁ ଅତି ପ୍ରବଳବର୍ଷା, ବିଜୁଳି ଏବଂ ପାଗଖରାପ ରହିବାଦୃଷ୍ଟିକୁ ଆଖିଆଗରେ ରଖି ଆଜିଠାରୁ ଦୁଇଦିନ ପାଇଁ ପର୍ଯ୍ୟଟକମାନଙ୍କ ନିମନ୍ତେ ଧଉଳି ଶାନ୍ତିସ୍ତୁପ ବନ୍ଦ ରଖିବାକୁ ଖୋର୍ଦ୍ଧା ଜିଲ୍ଲାପ୍ରଶାସନ ପକ୍ଷରୁ ନିଷ୍ପତି ନିଯାଇଅଛି। ତଦନୁଯାୟୀ ଧଉଳି ଶାନ୍ତିସ୍ତୁପ ଆଜି ଅପରାହ୍ନ ୧ଘଟିକାରୁ ଆସନ୍ତାକାଲି ଅପରାହ୍ନ ୫ ଘଟିକା ପର୍ଯ୍ୟନ୍ତ ବନ୍ଦ ରଖାଯିବ ବୋଲି ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଚଞ୍ଚଳ ରାଣାଙ୍କ ନିର୍ଦ୍ଦେଶରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା ଏବଂ ସହକାରୀ ନିର୍ଦେଶକ ପର୍ଯ୍ୟଟନ, ଖୋର୍ଦ୍ଧା ଅଞ୍ଜନ ବାରିକ ପ୍ରକାଶ କରିଛନ୍ତି। ଏହା ସମସ୍ତ ପର୍ଯ୍ୟଟକ ତଥା ଖୋର୍ଦ୍ଧା ଜିଲ୍ଲାର ସମସ୍ତ ଜନସାଧାରଣଙ୍କ ଅବଗତି ନିମନ୍ତେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଜଣାଇ ଦିଆଯାଇଛି ।

Leave A Reply

Your email address will not be published.