ବାରଙ୍ଗ,୪ା୨(ଏସଏସନିଉଜ)ନାଲକୋ ପକ୍ଷରୁ ୩ଓ୪ତାରିଖ ଦୁଇଦିନଧରି ଚାଲିଥିବା ପୁଷ୍ପ ପଦର୍ଶନୀରେ ରାଜ୍ୟଉଭିଦ ଉଦ୍ୟାନକୁ ୪୫ଟିପୁରସ୍କାର ମିଳିଛି ।ଏହି ପୁଷ୍ପ ପଦର୍ଶନୀରେ ରାଜ୍ୟର ବିଭିର୍ଣ ଅନୁଷ୍ଠାନ ଯୋଗଦାନକରି ଉଦ୍ୟାନ କୃଷି ଓ ଉଦ୍ଭିଦ ପ୍ରଜାତିର ବିବିଧତା ଉପରେ ପ୍ରଦର୍ଶନ କରିଥିଲେ ।ଏହି ପୁଷ୍ପପଦର୍ଶନୀରେ ଫୁଲପତ୍ରସହ ମିଶାଗଛର ସାଜସଜା,ପତ୍ରଥିବାଗଛ,ଫୁଲଗଛ ଆଦିକୁ ମିଶାଇ ସମୁଦାୟ ୫୨ପ୍ରକାରର ପ୍ରତିଯୋଗୀତା କରାଯାଇଥିଲା ।ଏଥିରେ ୪୫ଟି ପ୍ରତିଯୋଗୀତାରେ ବଟାନିକାର୍ଲ ଗାର୍ଡେନକୁ ସଫଳତା ମିଳିଛି ।ସେଥିମଧ୍ୟରେ ବିଭିର୍ଣବର୍ଗରେ ପ୍ରଥମସ୍ଥାନରେ ୨୪ଟି, ଦ୍ୱିତୀୟ ସ୍ଥାନରେ୧୬ଟି ଓ ୫ଟି ମେରିଟ ପୁରସ୍କାର ମିଳିଛି ବୋଲି ଉପ ନିର୍ଦ୍ଦେଶକ ସନତକୁମାର ନାରାୟଣ ସୁଚନା ଦେଇଛନ୍ତି ।