ବାରଙ୍ଗ ପଞ୍ଚାୟତ ସମିତି ବୈଠକ

ବାରଙ୍ଗ, ୨୭ା୨(ଏସଏସନିୟୂଜ) ଗୁରୁବାର ଦିନ ୧୧ଟା ସମୟରେ ବାରଙ୍ଗ ବ୍ଲକ ସଭାଗୃହରେ ଅଷ୍ଟମ ତମ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଥିଲା।ବ୍ଲକଅଧ୍ୟକ୍ଷା ସାବିତ୍ରୀ ଦଳାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଡିଓ ସ୍ୱାଗତ ଦାସ ଅତିଥି ପରିଚୟ ପ୍ରଦାନ କରି ସଭାକାର୍ଯ୍ୟ ଆରମ୍ଭ କରିଥିଲେ ।ବିକଶିତ ଓଡିଶା ଗଠନ କିପରି ବିକଶିତ ହୋଇପାରବ ବୈଠକର ମୁଖ୍ୟ ପ୍ରସଙ୍ଗ ରହିଥିଲା। ଗତ ଫେବୃଆରୀ ୧୪ ତାରଖରେ ଗ୍ରାମସଭାରେ ସିକୃତି ପାଇଥିବା ପ୍ରକଳ୍ପଗୁଡ଼ିକୁ ପଞ୍ଚାୟତ ସମିତି ବୈଠକରେ ଅନୁମୋଦନ କରାଯାଇଥିଲା । ୩୩ନମ୍ବର ଜୋନରେ ଘର ନିର୍ମାଣ କରିବା ପାଇଁ ବିଡ଼ିଏ ଅନୁମତି ଶୀଘ୍ର ମିଳିଯାଉଥିବା ବେଳେ ୩୨ନମ୍ବର ଜୋନ୍ ରେ ଥିବା ଆଠଗୋଟି ଗ୍ରାମପଞ୍ଚାୟତର ବାସିନ୍ଦାଙ୍କ ପାଇ ସିଡିଏ ଅନୁମୋଦନ ବହୁ ବିଳମ୍ବ ହେଉଥିବାର କେତେକ ସଦସ୍ୟ ଅଭିଯୋଗ କରିଥିଲେ।
ସେହିପରି ଭାବରେ ଅଘୋଷିତ ବିଦ୍ୟୁତକାଟ,ରାସ୍ତା, ପାନୀୟଜଳ, ଶିକ୍ଷା, ସ୍ୱାସ୍ଥ୍ୟ, ଚାଷ ପରି ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ବିଭିନ୍ନ ପଞ୍ଚାୟତ ସଦସ୍ୟମାନେ ଆଲୋଚନା କରିଥିଲେ।
ଏହି ବୈଠକରେ ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ, ନିଆଳି ବିଧାୟକ ଛବି ମଲ୍ଲିକ, ଜଗସିଂହପୁରଏମ୍‌.ପି. ବିଭୁ ତରାଇ, କଟକ ଏମ୍‌.ପି. ପ୍ରତିନିଧି ଭୁପତି ପାଣି ସମେତ ସବୁ ଅଧିକାରୀ ଉପସ୍ଥିତ ଥିଲେ ।

- Advertisement -

Leave A Reply

Your email address will not be published.