ଭୁବନେଶ୍ବର,୨୬/୮(ଏସଏସନିଉଜ)ଭଦ୍ରକ ବନ୍ତଥାନା ଦେବତାଗଡ଼ିଆ ଗାଁର ୬୫ବର୍ଷୀୟ ରଙ୍ଗାଧର ଜେନାଙ୍କର ଗତ ୨୨ରାତ୍ରୀରେ ମୃତ୍ୟୁ ଘଟିଥିଲା ।ଦୀର୍ଘଦିନ ଧରି ମଧୁମେୟ ରୋଗରେ ଆକ୍ରାନ୍ତ ହୋଇ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ ।ଏକମାତ୍ର ପୁଅ ଅକ୍ଷୟ ଯିଏକି ଶ୍ଵଶୁର ଘରେ ରହିଆସୁଥିଲେ, ଶେଷକୃତ୍ୟ ସମ୍ପନ୍ନରେ ରହିଲେନାହି।ବାପାଙ୍କ ମୃତୁଖବର ପାଇ ଆସିଥିଲେ,କିନ୍ତୁ ରୋକଠୋକ୍ ମନାକରି ଚାଲିଗଲେ।ଶେଷରେ ଶେଷକୃତ୍ୟ ସମ୍ପନ୍ନ କାର୍ଯ୍ୟରେ ରହିପାରିବେନି ବୋଲି ରୋକ୍ ଠୋକ୍ କହି ଚାଲିଯାଇଥିଲେ ।ରଙ୍ଗାଧରଙ୍କ ଆତ୍ମୀୟସ୍ୱଜନ, ଝିଅ ଏବଂ ପଡ଼ୋଶୀ କାନ୍ଧରେ ଶ୍ମଶାନକୁ ନେଇ ଶେଷକୃତ୍ୟ ସଂପନ୍ନ କରିଥିଲେ।ଜନ୍ମିତ ପୁଅର ଏହିଭଳି କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ନିନ୍ଦା କରିଛନ୍ତି।