ବାରଙ୍ଗ,୨୩/୩(ଏସଏସନିଉଜ) ଜାଗାବିବାଦକୁ କେନ୍ଦ୍ରକରି ଚନ୍ଦକାଥାନା ଅର୍ନ୍ତଗତ କୁଜିମହଲ ଶବର ସାହିରେ ହୋଲିଦିନ ଦୁଇପରିବାର ମଧ୍ୟରେ ମରଣାନ୍ତକ ଆକ୍ରମଣ ହୋଇଛି ।ଏଥିରେ ୫ଜଣ ଆହତ ହୋଇଥିବାବେଳେ ଆକ୍ରମଣର ଶିକାର ହୋଇଥିବା ପରିବାରର ଅଭିଯୋଗକୁ ଭିତିକରି ପୋଲିସ ଦୁଇଜଣଙ୍କୁ ଗିରଫକରି କାମସାରି ବସିପଡିଥିଲା ।ଆକ୍ରମଣରେ ଗୁରୁତର ଆହତ ହୋଇଥିବା ସୁଶାନ୍ତପ୍ରଧାନ ନାମକ ବ୍ୟକ୍ତି ଚିକିସ୍ାଧିନ ଅବସ୍ଥାରେ ବୁଧବାରଦିନ ମୃତ୍ୟୁବରଣ କରିବା ପରେ ଗ୍ରାମରେ ଉତେଜନା ଦେଖାଦେଇଥିଲା ।ପୋଲିସର ଖାମଖିଆଲ ନିତିକୁ ବିରୋଧ କରି ଗ୍ରାମବାସୀମାନେ ମୁଖ୍ୟ ଅଭିଯୁକ୍ତର ଗିରଫ ଦାବୀରେ ଚନ୍ଦକାରାସ୍ତା ଅବରୋଧ କରିଥିଲେ ।ଯାହାଫଳରେ ଦୁଇଘଂଟାକାଳ ଯାତାୟତ ବନ୍ଦ ହୋଇଯାଇଥିଲା ।ଚନ୍ଦକାପୋଲିସ ଆସି ବହୁ ବୁଝାସୁଜା କରିବାସହ ଶିଘ୍ର ଅଭିଯୁକ୍ତକୁ ଗିରଫ କରିବାର ପ୍ରତିଶୃତି ପରେ ଗ୍ରାମବାସୀମାନେ ରାସ୍ତାରୁ ଉଠିଥିଲେ ।
ପ୍ରକାସ ଯେ,କୁଜିମହଲ ଶବରସାହିର କାର୍ତିକପ୍ରଧାନ ଓ ଶୁସାନ୍ତ ପ୍ରଧାନଙ୍କ ପରିବାର ମଧ୍ୟରେ ଦୀର୍ଘଦିନହେବ ଜମିବିବାଦ ଲାଗିରହିଛି ।ହୋଲିଦିନ ଗରିବ ଓ ଶୁଶାନ୍ତ ଦୁଇଭାଇ ଘରପାଖ ଜାଗାରେ ବାଡ ବୁଜୁଥିବାବେଳେ ବିବାଦ ଆରମ୍ଭ ହୋଇଥିଲା ।ପ୍ରତିପକ୍ଷ କାର୍ତିକପ୍ରଧାନ ଓ ତାଙ୍କର ଚାରି ପୁଅ ଶ୍ରିଧର,ଅଧିର,ଅଲୋକ ଓ ନିତ୍ୟାନନ୍ଦ ଆସି ଗରିବ ଓ ଶୁଶାନ୍ତ ଙ୍କୁ ବାଡବୁଜିବାକୁ ବାରଣ କରିଥିଲେ । ଏହାପରେ ଉଭୟଙ୍କ ମଧ୍ୟରେ ବଚସା ଓ ପରେ ଧସ୍ଥାଧସ୍ଥି ଆରମ୍ଭ ହୋଇଥିଲା ।ଏଥିରେ ଉତକ୍ଷିପ୍ତ ହୋଇ କାର୍ତିକପ୍ରଧାନ ଓ ତାଙ୍କ ପୁଅମାନେ ମାରଣାସ୍ତ୍ର ଆଣି ମରଣାନ୍ତକ ଆକ୍ରମଣ କରିଥିଲେ ।ଏହି ଆକ୍ରମଣରେ ଦୁଇଭାଇ ଗରିବ ଓ ଶୁସାନ୍ତ ,ଗରିବର ଦୁଇପୁଅଧନେଶ୍ୱର ଓ ବାପିନା ଆହତ ହୋଇଥିବାବେଳେ କାର୍ତିପ୍ରଧାନଙ୍କ ପଟରୁ ଜଣେ ସାମାନ୍ୟ ଆହତ ହୋଇଥିଲେ ।ଏହାପରେ ଗରିବ ଓ ଶୁସାନ୍ତ ପରିବାର ପକ୍ଷରୁ ଚନ୍ଦକାଥାନାରେ ଅଭିଯୋଗ ପରେ ପୋଲିସ ଏକ ମକଦ୍ଦମାରୁଜୁକରି ଶ୍ରିଧର ଓ ନିତ୍ୟାନନ୍ଦ ଗିରଫକରି କୋର୍ଟଚାଲଣ କରିସାରି ଚୁପ ହୋଇ ବସିପଡିିଥିଲା ଆହତମାନେ ଚିକିସ୍ା ହେଉଥିବାବେଳେ ଗୁରୁତର ଆହତ ଥିବା ସୁଶାନ୍ତ ପ୍ରଧାନ ଙ୍କ ଆଜି ମୃତ୍ୟୁ ଘଟିଥିଲା ।ମୃତଦେହ ଘରେ ପହଂଚିବାପରେ ଗ୍ରାମବାସୀମାନେ ଉତ୍ୟକ୍ତ ହୋଇ ପୋଲିସର ଦାୟିତ୍ୱହିନତା ବିରୁଦ୍ଧରେ ଓ କାର୍ତିକପ୍ରଧାନ ସହ ତାଙ୍କର ଦୁଇପୁଅ ,ଅଧିର, ଅଲୋକଙ୍କୁ ଗିରଫ ଦାବୀରେ ଶବରଖି ଚନ୍ଦକା ରାସ୍ତା ଅବରୋଧ କରିଥିଲେ ।ଖବରପାଇ ଚନ୍ଦକାଥାନା ଅଧକାରୀ ସୁରେ୍ଦ୍ର କୁମାର ବଳ ସଦଳବଳେ ଘଟଣାସ୍ଥଳରେ ପହଁଚିଥିଲେ ।ଉତ୍ୟକ୍ତ ଗ୍ରାମବାସୀମାନଙ୍କୁ ଯେତେବୁଝାଇଥିଲେ ମଧ୍ୟ ଗ୍ରାମବାସୀମାନେ ପୋଲିସର କଥା ଶୁଣିନଥିଲେ ।କିନ୍ତୁ ଏହି ଘଟଣାକୁ ନେଇ ପୋଲିସ ଉପରେ ଗ୍ରାମବାସୀମାନେ ବିଭିର୍ଣ ଆରୋପମାନ ଲଗାଇଥିଲେ ।ପରେ ପୁର୍ବତନ ଜିଲ୍ଲାପରିଷଦସଭ୍ୟ ଡାକ୍ତରବେହେରା ଆସି ଉତ୍ୟକ୍ତ ଗ୍ରାମବାସୀମାନଙ୍କୁ ବୁଝାସୁଜା କରିବାପରେ ପୋଲିସର କଥାକୁ ଉତ୍ୟକ୍ତ ଗ୍ରାମବାସୀମାନେ ଶୁଣିବାକୁ କିଛିମାତ୍ରାରେ ରାଜିି ହୋଇଥିଲେ । ଖୁବଶିଘ୍ର ଫେରାର ଥିବା ବାପ ପୁଅ୩ଜଣଙ୍କୁ ଗିରଫ କରିବାର ପୋଲିସ ପ୍ରତିଶୃତି ଦେବା ପରେ ଦୁଇଘଂଟାପରେ ରାସ୍ତାରୋକ ଉଠିଥିଲା ।
Prev Post