ନୟାଗଡ଼,୧୩।୩(ଏସଏସନିୟୁଜ୍)୨ ନାବାଳକଙ୍କ ମୃତଦେହ ଉଦ୍ଧାର ମାମଲାରେ ବାପା ଗିରଫ ହୋଇଛନ୍ତି।ଦ୍ବିତୀୟ ବିବାହ ପ୍ରସ୍ତାବକୁ ଦୁଇ ନାବାଳକ ପୁଅ ବାରଣ କରିବାରୁ ହତ୍ୟା କରିଥିବାର ପୋଲିସ ଆଗରେ ସ୍ବୀକାର କରିଛି ବାପା ।ଡବଲ୍ ମର୍ଡର ନେଇ ପ୍ରେସମିଟ୍ରେ ସ୍ପଷ୍ଟ କଲେ ନୟାଗଡ଼ ଏସ୍ପି।ହତ୍ୟାକାରୀ ବାପା ଓ ସହଯୋଗ କରିଥିବା ଜେଜେ ମାଆ ଗିରଫ ହୋଇଛନ୍ତି।ପ୍ରଥମେ ତଣ୍ଟି ଚିପି ହତ୍ୟା କରିଥିଲା ପିଶାଚ ବାପା।ପରେ ଆତ୍ମହତ୍ୟାର ରୂପ ଦେବାକୁ ମୃତଦେହ ଝୁଲାଇ ଦେଇଥିଲ।
ସୋମବାର ଧାନଚାଙ୍ଗଡ଼ା ଗାଁରେ ଘରୁ ଉଦ୍ଧାର ହୋଇଥିଲା ମୃତଦେହ।
Prev Post