ବାରଙ୍ଗ,୧୩।୨ (ଏସଏସନିଉଜ) ବନ୍ଦ ହେଲା ନନ୍ଦନକାନନର ପୁରୁଣା ମୁଖ୍ୟଫାଟକ । ସେ ପୁଣି ଏକ ମାସ ପର୍ଯ୍ୟନ୍ତ। ପୁଣି କାର୍ଯ୍ୟକ୍ଷମ ହେଲା ୨୦୨୨ ମସିହା ପ୍ରତିଷ୍ଠା ଦିବସରେ ଉଦ୍ଘାଟନ ହୋଇ ବନ୍ଦ ରହିଥିବା ପ୍ରସ୍ତାନପଥ । ଏହି ପ୍ରସ୍ଥାନ ପଥ ଦେଇ ଅସ୍ଥାୟୀ ଭାବେ ପ୍ରବେଶ ଓ ପ୍ରସ୍ଥାନ କରି ପାରିବେ ପର୍ଯ୍ୟଟକ। ଏନେଇ ନନ୍ଦନକାନନ ପକ୍ଷରୁ ଗୁରୁବାରଦିନ ସୂଚନା ଦିଆଯାଇଛି।ତେବେ ନନ୍ଦନକାନନକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନେ ଗୁରୁବାର ଠାରୁ ଅସ୍ଥାୟୀ ଭାବେ ପ୍ରବେଶ ଏବଂ ପ୍ରସ୍ଥାନ ଭାବେ ଏହାକୁ ବ୍ୟବହାର କରିବେ ବୋଲି ନନ୍ଦନକାନନ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ଯାହାଫଳରେ ନନ୍ଦନକାନନର ପୂର୍ବରୁ ଥିବା ପ୍ରବେଶପଥକୁ ଅସ୍ଥାୟୀ ଭାବେ ବନ୍ଦ କରିଦିଆଯାଇଛି। ବାହାର ରାଜ୍ୟରୁ ଆସୁଥିବା ପର୍ଯ୍ୟଟକମାନେ ଜାଣି ନପାରି ପୁରୁଣା ପ୍ରବେଶପଥକୁ ଆସି ନିରାଶ ହୋଇ ଫେରି ଅସ୍ଥାୟୀ ପ୍ରବେଶ ପଥ କୁ ପାଖାପାଖି ୨୦୦ ମିଟର ପର୍ଯ୍ୟନ୍ତ ପୁଣି ଚାଲି ଯାଉଥିବା ଦେଖିବାକୁ ମିଳିଛି। ସୂଚନା ଥାଉକି ଯେ ,ବର୍ଷା ଦିନେ କଞ୍ଜିଆ ହ୍ରଦରପାଣି ସଠିକ୍ ଭାବେ ନିଷ୍କାସନ ନହେବାରୁ ନନ୍ଦନ କାନନ ମଧ୍ୟକୁ ବର୍ଷାଜଳ ପ୍ରବେଶ କରିଥାଏ।ଏହାକୁ ପ୍ରତିହତ କରିବା ପାଇଁ ୧୬କୋଟି ଟଙ୍କା ବ୍ୟୟ ବରାଦରେ ଭୁବନେଶ୍ୱର କୋଠା ଓ ରାସ୍ତା ବିଭାଜନ ଦ୍ଵାରା ଏକ ଡ୍ରେନ କାମ ହେବାକୁ ଯାଉଛି।
ପ୍ରବେଶପଥ ଅଞ୍ଚଳରେ ଚାଲିଥିବା କାଞ୍ଜିଆ ଆଉଟଲେଟ୍ କାର୍ଯ୍ୟକୁ ସୁଚାରୁରୂପେ ସମ୍ପର୍ନ୍ନ କରିବାପାଇଁ ଗୁରୁବାରଠାରୁ ପର୍ଯ୍ୟଟକମାନଙ୍କ ପାଇଁ ଅସ୍ଥାୟୀଭାବେ ପ୍ରବେଶ ଏବଂ ପ୍ରସ୍ଥାନର ବ୍ୟବସ୍ଥା କରାଯାଇଛି ଏବଂ ଏହି ବ୍ୟବସ୍ତା ପ୍ରାୟ ଏକ ମାସ ପର୍ଯ୍ୟନ୍ତ ଚାଲିବ ବୋଲି ନନ୍ଦନକାନନ ଉପ ନିର୍ଦ୍ଦେଶକ ସନତ ନାରାୟଣ ସୂଚନା ଦେଇଛନ୍ତି | ନନ୍ଦନକାନନ କର୍ତ୍ତୁପକ୍ଷ ନନ୍ଦନକାନନ ପ୍ରାଣୀଉଦ୍ୟାନକୁ ବିଶ୍ଵ ସ୍ଥରରେ ପହଞ୍ଚାଇବା ପାଇଁ ବିଭିନ୍ନ ଯୋଜନା ହାତକୁ ନେଇଛନ୍ତି । ଯାହାକୁ ନେଇ ଏବେ ନୂତନ ଜ୍ଞାନକୌଶଳରେ ବିଭିନ୍ନ କାର୍ଯ୍ୟ ଜାରି ରଖିଥିବା ସହ ବର୍ଷାଦିନେ ପ୍ରାଣୀଉଦ୍ୟାନକୁ ଲାଗି ରହିଥିବା କାଞ୍ଜିଆ ହ୍ରଦର ପାଣି ଯେପରି ଭିତରକୁ ପ୍ରବେଶ ନକରିବ ସେଥି ପାଇଁ ଏକ ଡ୍ରେନ କାଞ୍ଜିଆ ହ୍ରଦକୁ ଲାଗି ନନ୍ଦନକାନନ ମୁଖ୍ୟଗେଟ୍ ଦେଇ ତିଆରି କରାଯାଉଛି । ଯାହାଫଳରେ ମୁଖ୍ୟ ପ୍ରବେଶପଥ ଦେଇ ପର୍ଯ୍ୟଟକମାନେ ଯାତାୟତ ସମ୍ଭବପର ନୁହେଁ ବୋଲି ଅଧିକାରୀ ସୂଚନା ଦେଇଛନ୍ତି ।ତେଣୁ ଏହାକୁ ଅସ୍ଥାୟୀଭାବେ ପର୍ଯ୍ୟଟକମାନଙ୍କ ପାଇଁ ମାସପର୍ଯ୍ୟନ୍ତ ବନ୍ଦ କରାଯାଇଛି। ଅନ୍ୟପଟେ ପର୍ଯ୍ୟଟକ ମାନେ ବୁଲିକରି ଫେରିବା ବେଳର ଭିଡକୁ ନିୟନ୍ତ୍ରନ କରିବା ପାଇଁ ଆଉଏକ ପ୍ରସ୍ତାନପଥ ନିର୍ମାଣ କରାଯାଇଥିଲା। ଏବେ ସେହି ଗେଟ୍ ଦେଇ ଏକ ମାସପର୍ଯ୍ୟନ୍ତ ଅସ୍ଥାୟୀ ଭାବେ ପ୍ରବେଶ ଓ ପ୍ରସ୍ଥାନ ପର୍ଯ୍ୟଟକ ମାନେ କରିବା ପାଇ ବ୍ୟବସ୍ତା କରାଯାଇଛି।
ପର୍ଯ୍ୟଟକମାନଙ୍କ ସୁବିଧା ପାଇ ଅସ୍ଥାୟୀ ଗେଟ୍ ନିକଟରେ ଟିକେଟ୍ କାଉଣ୍ଟର କରାଯାଇ ଅଫଲାଇନ୍ ଟିକେଟ୍ ର ବ୍ୟବସ୍ତା କରାଯାଇଛି। ଏହାସହ ଏହି ନୂତନ ପ୍ରବେଶ ଦ୍ୱାରରେ ବ୍ୟାଟେରୀ ଅପରେଟେଡ୍ ଭେଇକିଲ୍ , ଟିକେଟ୍ ବୁକିଂ କାଉଣ୍ଟର, କ୍ଲକରୁମ୍ ଏବଂ ଗାଇଡ୍ ବୁକିଂ କାଉଣ୍ଟର ଭଳି ସୁବିଧା କରାଯାଇଛି ।ଏହାସହ ପର୍ଯ୍ୟଟକ ମାନେ ପାର୍କରେ ପ୍ରବେଶ କରିବା ପରେ ପୂର୍ବଭଳି ବ୍ୟାଟେରୀ ଚାଳିତ ଗାଡି ସେବା ପାଇବାପାଇଁ ବ୍ୟବସ୍ଥା ରହିଛି । ମଲ୍ଟିପୂଲ୍ କାରପାର୍କିଂ ବିଲ୍ଡିଂର ପଛ ପାର୍ଶ୍ୱରୁ ଏହି ନୂତନ ପ୍ରବେଶପଥ କରାଯାଇଛି।
Next Post