ବାରଙ୍ଗ, ୨୮।୨(ଏସଏସନିୟୁଜ୍) ରାଜଧାନୀ ଉପକଣ୍ଠକଲ୍ୟାଣପୁର ବେଆଇନ ବାଲିଘାଟରୁ ମାଫିଆମାନେଦିନରାତି ବାଲି ଉଠାଉଛନ୍ତି।ଲଘୁଖଣିଜ ବିଭାଗର ଅଧିକାରୀ ମାନଙ୍କ ନିରବତା ଏହି ମାଫିଆ ମାନଙ୍କୁ ଅଧିକ ସକ୍ରିୟ କରିବାରେ ସହାୟକ ସାଜୁଛି।ମାଫିଆମାନେ ଦିନରାତି ଏକକରି ମନଇଚ୍ଛା ବାଲି ଉଠାଇବାରୁ ପଟିଆବନ୍ଧ ରାସ୍ତାର ଅବସ୍ଥା ଶୋଚନୀୟ ହେବାରେ ଲାଗିଛି।ଗୁରୁବାର ବିଳମ୍ବିତ ରାତିରେନନ୍ଦନକାନନ ଥାନା ପୋଲିସବେଆଇନ କଲ୍ୟାଣପୁର ବାଲିଘାଟ ଉପରେ ଚଢାଉ କରି ୩ମାଫିଆ,୪ଡ୍ରାଇଭରଙ୍କ ସମେତ ୭ଜଣଙ୍କୁ ଗିରଫ କରିବା ସହ ଗୋଟିଏ ହାଈୱା,ଗୋଟିଏ ଟିପର,ଦୁଇଟି ଯେଶିବି ମେସିନ,ଦୁଇଟି କାର ଜବତ କରିଛି।
ପ୍ରକାଶ ଯେ,କଲ୍ୟାଣପୁର ବାଲିଘାଟରୁ ବେଆଇନ ଭାବେ ମାଫିଆମାନେ ବାଲି ଉଠାଉଥିବାର
ବିଶ୍ଵସ୍ତ ସୂତ୍ରରୁ ନନ୍ଦନକାନନ ଥାନାକୁ ସୂଚନା ମିଳିଥିଲା। ସୂଚନା ଆଧାରରେ ନନ୍ଦନକାନନ ଥାନା
ଅଧିକାରୀ ସମିତା ମିଶ୍ରଙ୍କ ନିର୍ଦ୍ଦେଶ ମୁତାବକ ସମ୍ପୃକ୍ତ ଥାନାର ଏକ ସ୍ପେଶାଲ ଟିମ ଗଠନ କରାଯାଇ ଗୁରୁବାର ବିଳମ୍ବିତ ରାତିରେ ଏହି ଥାନା ଅନ୍ତର୍ଗତ କଲ୍ୟାଣପୁର ଗ୍ରାମ ନିକଟସ୍ଥ କୂଆଖାଇ ନଦୀପଠାରେ ଅତର୍କିତ ଭାବେ ଚଢଉ କରାଯାଇଥିଲା।ଚଢାଉ ବେଳେ ବେଆଇନ ଭାବେ ବାଲି ଉଠାଉଥିବା ଅଭିଯୋଗରେ ୭ଜଣଙ୍କୁ ଘଟଣାସ୍ଥଳରୁ ପୋଲିସ ଗିରଫ କରିଥିଲା।ସେମାନେ ହେଲେ
୩ମାଫିଆଚନ୍ଦ୍ରଶେଖରପୁର ଥାନା ଅଧୀନସ୍ଥ ପଟିଆ ତଳସାହିର ପ୍ରସନ୍ନ କୁମାର ପରିଡ଼ା(୫୪), ମଞ୍ଚେଶ୍ଵର୍ ଥାନା ଅଧୀନସ୍ଥ ଚାକେଇ ସିଆଣି ଗ୍ରାମର ବାଦଲ ମହାନ୍ତି(୪୨) ନନ୍ଦନକାନନ ଥାନା ଅଧୀନସ୍ଥ କଲ୍ୟାଣପୁର ଗ୍ରାମର ତପନ ସ୍ୱାଇଁ (୪୦) ଓ ୪ ଡ୍ରାଇଭର ହେଲେ ବୈଦେଶ୍ୱର୍ ଥାନା ଅଧୀନସ୍ଥ କଲାପଥର ଲେମ୍ବେରି ଗ୍ରାମର ସୁଧାକର ପ୍ରଧାନ(୩୨)ବଡ଼ମ୍ବା ଥାନା ଅଧୀନସ୍ଥ ପଦ୍ମନାଭ ପୁର ଗ୍ରାମର ଶ୍ରୀଧର ନାୟକ(୪୦)ଢେଙ୍କାନାଳ କଲୁରିଆ ଗ୍ରାମରଜଳନ୍ଧର ମହାଳିକ(୪୨),ନୟାଗଡ଼ କାଇନଫୁଲିଆ ଗ୍ରାମରଡୁନା ଦାସ(୨୭)।ପୋଲିସଘଟଣାସ୍ଥଳରୁ ଏକ ବାଲିଭର୍ତ୍ତି ହାଇୱା ଟ୍ରକ, ଏକ ଟିପର ଟ୍ରକ, ଦୁଇଟି ଜେସିବି ମେସିନ ଏବଂ ଦୁଇଟି କାର ଜବତ କରିଥିଲେ।ପୋଲିସ ଏହି ୭ଜଣଙ୍କୁ ହେପାଜତକୁ ଆଣି ତଦନ୍ତ କରିବାବେଳେ ଏମାନେ ଚାଲାଣ ହେଉଥିବା ବାଲି ସମ୍ପର୍କରେ ଲଘୁଖଣିଜ ବିଭାଗର କୌଣସି ଅନୁମତି ପତ୍ର ଦେଖାଇପାରିନଥିବା ବେଳେ, ଦୀର୍ଘଦିନ ହେବ ଏହି ବେଆଇନ କାର୍ଯ୍ୟ କରି ଆସୁଥିବା କଥା ସ୍ଵୀକାର କରିଥିଲେ ।ପୁଲିସ ୭୦/୨୫କେସ ନମ୍ୱରରେ ଏକ ମକଦ୍ଦମା ରୁଜୁକରି ଶୁକ୍ରବାର ଦିନ ୭ଜଣଙ୍କୁ କୋର୍ଟଚାଲଣ କରିଛି।