ବଜ୍ରପାତ ନେଲା ୬ଜୀବନ

୪ ଲକ୍ଷଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା

ଭୁବନେଶ୍ୱର,୨୧ା୮(ଏସଏସନିଉଜ)ରାଜ୍ୟରେ ବିଭିନ୍ନ ସ୍ଥାନରେ ବଜ୍ରପାତରେ ୬ଜଣଙ୍କର ମୃତ୍ୟୁହୋଇଥିବାବେଳେ ୫ଜଣ ଗୁରୁତର ଆହତହୋଇଛନ୍ତି ।ଭଦ୍ରକ ଆଗରପଡ଼ା ଭଗାରାମରେ ବିଲରେ କାମ କଲାବେଳେ ଜଣେ ମୃତ୍ୟୁବରଣ କରିଥିବାବେଳେ ବାସୁଦେବପୁର ଚୂଡ଼ାମଣି ଗାଁରେ ବଜ୍ରାଘାତରେ ୨ଜଣ ଗୁରୁତର ଆହତ ହୋଇଛନ୍ତିାସହେିଭଳିଭାବେ ବନ୍ତ ବ୍ଲକ୍ ଚାରିଗାଁରେ ବିଲରେ କାମ କରିବା ବେଳେ ଜଣେ ମୃତ,ବାଲେଶ୍ବର ଖଇରା ଥାନା ପଦୁନା ଗାଁର ବଜ୍ରାଘାତରେ ଜଣେ ମୃତ, ନୀଳଗିରି ଓଲଡଙ୍ଗ୍ ଅଞ୍ଚଳରେ କାମ କରିବା ବେଳେ ଜଣଙ୍କର ମୃତ,ଢେଙ୍କାନାଳ କାମାକ୍ଷାନଗର କୁଦୁଆ ଗାଁରେ ବଜ୍ରାଘାତରେ ଜଣେ ମୃତ ,କେନ୍ଦ୍ରାପଡା ସଦର ଥାନା ଆୟବା ଗାଁରେ ଜଣଙ୍କର ମୃତ ,ସମ୍ବଲପୁର ଶାସନ ଥାନା ଡବଲା ଗାଁରେ ବଜ୍ରପାତରେ ୩ ଗୁରୁତର ଆହତ ହୋଇଛନ୍ତି ।
ଅନ୍ୟପଟେ ରାଜ୍ୟର ୪ଟିଜିଲ୍ଲାରେ ବଜ୍ରପାତ ଯୋଗୁଁ ୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କିଛି ଲୋକ ଆହତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନଚରଣମାଝୀ ଏହି ଘଟଣାରେ ଗଭୀର ଦୁଃଖପ୍ରକାଶ କରିବା ସହିତ ସେମାନଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ପ୍ରକାଶ କରିଛନ୍ତି। ବଜ୍ରପାତ ଯୋଗୁଁ ମୃତ୍ୟୁବରଣ କରିଥିବା ପ୍ରତ୍ୟେକ ମୃତ ବ୍ୟକ୍ତିଙ୍କ ନିକଟତମ ଆତ୍ମୀୟଙ୍କୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ମୁଖ୍ୟମନ୍ତ୍ରୀ ଆହତ ମାନଙ୍କ ଆଶୁଆରୋଗ୍ୟ କାମନା କରିବା ସହିତ ସେମାନଙ୍କ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି କହିଛନ୍ତି ।

- Advertisement -

Leave A Reply

Your email address will not be published.