ବାଘ ଏନକ୍ଲୋଜରରେ ବୁଲୁଛି କୁମ୍ଭୀର

0 373

ବାରଙ୍ଗ,୫/୮(ଏସଏସନିୟୁଜ)ପ୍ରାଣୀଉଦ୍ୟାନ ନନ୍ଦନକାନନର ବାଘ ଏନକ୍ଲୋଜରରେ ମଗର କୁମ୍ଭୀର ।ଏହିଭଳି ଘଟଣା ଗୁରୁବାରଦିନ ଦେଖିବାକୁ ମିଳିଛି । କଳାବାଘ ବାସୁ ଓ ସ୍ପନ୍ଦନ ଦୁଇଭାଇ ରହୁଥିବା ୩୩ନମ୍ବର ଏନକ୍ଲୋଜର ମଧ୍ୟରେ ଏକ ଦୁଇ ତିନି ମାସର କୁମ୍ଭୀର ଟି ଥିବାର ଦେଖିବାକୁ ମିଳିଥିଲା ।ପର୍ଯ୍ୟଟକଙ୍କୁ ଧରି ଗାଇଡ ବୁଲାଇବା ବେଳେ ବାଘ ନକ୍ଲୋଜରଖାଈରେ ପାଣିରେ ପହଁରୁଥିବାର ଦେଖି ଦାୟିତ୍ୱରେ ଥିବା କର୍ମଚାରୀମାନଙ୍କୁ ସୁଚନା ଦେଇଥିଲେ ।ଏହାପରେ କର୍ତୁପକ୍ଷଙ୍କୁ ସୁଚନାଦେଇ ବାଘକୁ ଫିଡିଚାମ୍ବରକୁ ଅଣାଯିବାପରେ କୁମ୍ଭୀର ଧରିବା ଯୋଜନାରେ ଲାଗିପଡିଥିଲେ କର୍ମଚାରୀ । କୁମ୍ଭୀରକୁ ଜାଲ ପକାଇ ଧରିବାକୁ ଉଦ୍ୟମ ହୋଇଥିଲା। ମାତ୍ର ଖାଈରେ ଅଧିକ ପାଣି ଥିବାରୁ କୁମ୍ଭୀର ଧରାଦେଇନଥିଲା ।ଏହାପରେ ମଟର ଲଗାଇ ପାଣି ଶୁଖାଇବା କାର୍ଯ୍ୟ ଆରମ୍ଭ କରିଥିଲେ ।ପାଣି ଅଧରକ ଥିବାରୁ ଓ ସନ୍ଧ୍ୟା ହୋଇଯିବାରୁ କୁମ୍ଭୀର ଧରା ଅଭିଯାନ ଅଧା ରହିଥିଲା ।ତେବେ ଗତ ସୋମବାର ରାତିରେ କାଞିଆରୁ ହ୍ରଦରୁ ବାହାରି ବୋଟଘାଟ ରାସ୍ତାରେ ବୁଲୁଥିବାବେଳେ ଏକ ମଗର କୁମ୍ଭୀର ଉଦ୍ଧାର କରାଯାଇଥିଲା (ଗୈାତମରାଉତଙ୍କ ରିପୋର୍ଟ)

Leave A Reply

Your email address will not be published.