ବଡ଼ ଭଉଣୀର ବାହାଘରବେଳେ ସାନଭଉଣୀକୁ ଦୁଷ୍କର୍ମ କଲା ଭାଇ

ରାଉରକେଲା,୩/୧୧(ଏସଏସନିଉଜ) ରାଉରକେଲାରେ ଭାଇ-ଭଉଣୀ ମଧ୍ୟରେ ଥିବା ପବିତ୍ର ସମ୍ପର୍କରେ କଳଙ୍କର ଦାଗ ଲାଗିଛି।ଭାଇ ନିଜ ସାନଉଭଣୀକୁ ଗର୍ଭବତୀ କରିବା ଭଳି ଘଟଣା ନଜରକୁ ଆସିଛି।ଏହି ଚର୍ଚ୍ଚା ଜନିତ ଘଟଣା ସମସ୍ତଙ୍କ ପାଇ ଚିନ୍ତାର କାରଣ ପାଲଟିଛି।ଏହି ମାମଲାଟି ଉଦିତନଗର ଥାନାରେ ରୁଜୁ ହୋଇଛି।
ପ୍ରକାଶ ଯେ,୧୩ବର୍ଷୀୟାଭଉଣୀ ଓ ୧୬ବର୍ଷୀୟଭାଇ ବାପାମାଙ୍କ ସହ ଏକାଠି ଘରେ ରହନ୍ତି। ଦିନ ମଜୁରିଆ ଭାବେବାପା-ମାଆ କାମକରି ରୋଜଗାର ଅର୍ଥରେ ପରିବାର ପ୍ରତିପୋଷଣ କରିଥାନ୍ତି।ଗତ ୬ମାସ ତଳେ ଘରେ କେହି ନଥିବାର ସୁଯୋଗ ନେଇ ନାବାଳକ ଭାଇ ଭଉଣୀ ସହ ଦୁଷ୍କର୍ମ କରିବା ସହ ଏବିଷୟରେ ଘରେ କାହାକୁ କହିଲେ ଜୀବନରୁ ମାରିଦେବ ବୋଲି ଧମକ ଦେଇଥିଲା। ଉଭଣୀ ଭୟଭୀତ ହୋଇ କାହା ଆଗରେ ମୁହଁ ଖୋଲି ନଥିଲେ।କିଛିଦିନ ପୂବରୁ ପେଟରେ ଯନ୍ତ୍ରଣା ହେବାରୁ ନାବାଳିକା ନିଜ ମାଙ୍କ ସହ ରାଉରକେଲା ସରକାରୀ ହସ୍ପିଟାଲକୁ ଯାଇ ସ୍ବାସ୍ଥ୍ୟ ପରୀକ୍ଷା ପରେ ୬ ମାସର ଗର୍ଭବତୀ ଥିବାର ଜଣାପଡିଥିଲା।ଏହାପରେ ବାଧ୍ୟ ହୋଇ ଘଟଣା ବିଷୟରେ ମାଙ୍କ ଆଗରେ ସବୁ କଥା କହିଥିଲା।ଏହାପରେ ଉଦିତନଗର ଥାନାରେ ନିଜ ନାବାଳକ ପୁଅ ନାଁରେ ମାଆଲିଖିତ ଅଭିଯୋଗ କରିଛନ୍ତି।

- Advertisement -

Leave A Reply

Your email address will not be published.