ବଢିଲା E-KYC ଅବଧି

ଭୁବନେଶ୍ଵର ,୧୫।୨(ଏସଏସନିଉ ଜ)E-KYC ଅବଧି ବଢିବା ନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।ସେ କହିଛନ୍ତିଯେଉଁମାନେ ଏପର୍ଯ୍ୟନ୍ତ ଇ-କେୱାଇସି କରିନାହାନ୍ତି,ସେମାନଙ୍କ ପାଇଁ ଏହାର ଅବଧିକୁ ବୃଦ୍ଧି କରାଯାଇଛି। ମାର୍ଚ୍ଚ ୩୧ ତାରିଖ ଯାଏଁ ଇ-କେୱାଇସି ଅବଧିକୁ ବୃଦ୍ଧି କରାଯାଇଛି।ଏ ଯାଏଁ୯୦ ପ୍ରତିଶତ ପଞ୍ଜିକରଣ ସରିଛି। ରାଜ୍ୟବାହାରେ ରହୁଥିବା ୧ଲକ୍ଷ ୩୫ ହଜାର ୨୫୮ଲୋକଙ୍କ ପଞ୍ଜିକରଣ ହୋଇଛି। ଗାଁରେ ଏ ଯାଏଁ ୧୨ ଲକ୍ଷ ଲୋକଙ୍କ EKYC ସମ୍ପାଦନ ହୋଇ ପାରିନାହିଁ। ରାଜ୍ୟରେ ସମୁଦାୟ ୧୧୮୪୦ ଟି PDS କେନ୍ଦ୍ରରେ EKYC ପଞ୍ଜିକରଣ କରାଯାଉଛି।ସେ ଆହୁରି କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ୯୦ ପ୍ରତିଶତ ଇକେୱାଇସି ଅପଡେଟ୍ ସରିଛି। ୨ କୋଟି ୯୯ ଲକ୍ଷ ୮ ହଜାର ୪୫୬ ଜଣ ଇ-କେୱାଇସି କରିଛନ୍ତି। ନେଟୱର୍କ ସମସ୍ୟା ପାଇଁ କିଛି ସ୍ଥାନରେ ଅପଡେଟ ହୋଇନି।ଲୋକଙ୍କ ସମସ୍ୟାକୁ ଦେଖି ଅବଧିକୁ ବୃଦ୍ଧି କରାଯାଇଛି।

- Advertisement -

Leave A Reply

Your email address will not be published.