ବଡ଼ଦିନକୁ ବିଗାଡିଦେଲା ବର୍ଷା 

ବାରଙ୍ଗ ୨୫/୧୨ (ଏସଏସନିଉଜ)ଆରମ୍ଭ ହୋଇଛି
ପର୍ଯ୍ୟଟନ ରୁତୁ ।ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ମାନଙ୍କରେ ଭିଡ ଲାଗିରହିଥିବା ବେଳେ ବଡ ଦିନରେ ଅଧିକ ପର୍ଯ୍ୟଟକ ଆସିବାର ଆକଲନ କରାଯାଇଥିଲା।କିନ୍ତୁଲଘୁଚାପଜନିତ ବର୍ଷା ଯୋଗୁ ବଡ଼ ଦିନ ଫିକା ପଡ଼ିଯାଇଛି।ସବୁ ବିଗାଡି ଦେଇଥିଲା ବର୍ଷା। ଚନ୍ଦକା ଅଭୟାରଣ୍ୟର ଡେରାସ , ଗୋଡିବାରିର ପକୃତିକ ଶୋଭାରାଜି ମନଭରି ଉପଭୋଗ କରିବା ଓ ବଣଭୋଜି କରି ମଜା ଉଠାଇବା ପାଇଁ ଏଠାରେ ବଡଦିନରେ ପ୍ରବଳ ଭିଡ଼ ହୋଇଥାଏ।କିନ୍ତୁ ବୁଧବାର ଦିନ ତମାମ ଝିପିଝିପି ବର୍ଷା ଲାଗି ରହିବାରୁ ଏଠାରେ ପର୍ଯ୍ୟଟକ ଙ୍କ ସଂଖ୍ୟା ଆଶାତୀତ ଭାବେ କାମ ରହିଥିଲା।ଡେରାସ ଓ ଝୁମୁକାରେ କିଛି ପର୍ଯ୍ୟଟକ ଜରି ପାଲ ଟାଣି ଭୋଜି କରିଥିବା ବେଳେ ୧୦୫ ଜଣ ପର୍ଯ୍ୟଟକ ଟିକେଟ କରିଥିଲେ । ଏଥିରେ ମାତ୍ର ୨୭୯୫ ଟଙ୍କା ରାଜସ୍ୱ ଆଦାୟ କରାଯାଇଛି । ସେହିପରି ଗୋଡିବାରି ମୁଖ୍ୟ ଫାଟକ ନିକଟରେ ୮ ଜଣ ପର୍ଯ୍ୟଟକ ଟିକେଟ କରି  ଗୋଟିଏ ସଫାରିଗାଡି ନେଇ  ଚନ୍ଦକା ଅଭୟାରଣ୍ୟକୁ ବୁଲିବା ପାଇଁ ଟିକେଟ କରିଛନ୍ତି । ସେ ବାବଦରେ ୧୫୭୫ ଟଙ୍କା ରାଜସ୍ବ ଆଦାୟ କରାଯାଇଛି ବୋଲି ଜଣାପଡିଛି ।  

- Advertisement -

Leave A Reply

Your email address will not be published.