ଭୁବନେଶ୍ୱର,୨।୩(ଏସଏସନିୟୂଜ)CMଙ୍କ ଅଭିଯୋଗ ପ୍ରକୋଷ୍ଠର ପିଟିସନକୁ ଅଣଦେଖା କରୁଥିବା ଅଭିଯୋଗରେ କଟକର ୪୮ ଜଣ ସରକାରୀ ବାବୁଙ୍କ ଦରମା ବନ୍ଦ ପାଇଁ ନିର୍ଦେଶ ଦିଆଯାଇଛି।ଏହି ନିର୍ଦ୍ଦେଶ ଦେଲେ କଟକର ଅତିରିକ୍ତ ଜିଲ୍ଲାପାଳ।ଫେବୃଆରୀମାସର ଦରମା ବନ୍ଦ ପାଇଁ ନିର୍ଦ୍ଦେଶରେ କୁହାଯାଇଛି।ଜିଲ୍ଲାର ଟ୍ରେଜେରୀ ଅଫିସରଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦିଆଯାଇଛି।ଏହି ତାଲିକାରେ ୧୦ ବିଡିଓ ଏବଂ ସିଡିଏମଓଙ୍କ ନାଁ ରହିଛି।ବାଙ୍କୀ ଉପଜିଲ୍ଲାପାଳ ଓ ୬ ତହସିଲଦାରଙ୍କ ଦରମା ବନ୍ଦ ପାଇ କୁହାଯାଇଥିବାବେଳେ କମ୍ପ୍ଲାଏ ରିପୋର୍ଟ ଦାଖଲ ନ ପର୍ଯ୍ୟନ୍ତ ମିଳିବନି ଦରମା ବନ୍ଦ ରହିବ ବୋଲି ଅତିରିକ୍ତି ଜିଲ୍ଲାପାଳ ଶିବ ଟପୋଙ୍କ ତାଙ୍କ ପ୍ରତିକ୍ରିୟାରେ ସୂଚନା ଦେଇଛନ୍ତି।